logo
add image
ରେଢ଼ାଖୋଲ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ...

ରେଢ଼ାଖୋଲ ଠାରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ...

ରେଢ଼ାଖୋଲ/ସମ୍ବଲପୁର/୦୬/୦୩/୨୫/(ଆଧାର ମିଡ଼ିଆ) ରେଢ଼ାଖୋଲ ବ୍ଲକସ୍ଥିତ ରାଜୀବଗାନ୍ଧୀ ଭଵନଠାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟଅତିଥି ଭାବେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଏହି ଶିବିରକୁ ଉଦଘାଟନ କରିଥିଲେ | ଶିବିରରେ ବିଶେଷଜ୍ଞଙ୍କ ଦ୍ୱାରା ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଅନଲାଇନରେ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯାଇଛି,ଏହି ଶିବିରରେ ମୋଟ ୨୫୮ ଜଣ ପଞ୍ଜିକରଣ କରିଥିଲେ | ସେଥି ମଧ୍ୟରୁ  ୧୩୫ ଜଣଙ୍କୁ ଅସ୍ତିଶଲ୍ୟ ଅକ୍ଷମ ପ୍ରମାଣପତ୍ର, ୧୫ ଜଣଙ୍କୁ ଦୁଷ୍ଟି ବାଧିତ ପ୍ରମାଣପତ୍ର, ୧୬ ଜଣଙ୍କୁ ଶ୍ରବଣ ବାଧିତ ପ୍ରମାଣପତ୍ର, ୫୨ ଜଣଙ୍କୁ ମାନସିକ ଅନଗ୍ରସର ପ୍ରମାଣପତ୍ର, ସିକିଲସେଲ ୮ ଜଣ ଏବଂ ଥାଲାସେମିଆ ପାଇଁ ୪ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି |  ସେହିପରି ୪୫ ଜଣଙ୍କୁ ଭିନ୍ନକ୍ଷମ ପରିଚୟ ପତ୍ର ୨୦ ଜଣଙ୍କୁ ଵାଣୀଶ୍ରୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି |
ସେହିପରି ୧୫ ଜଣଙ୍କୁ ଟ୍ରାଇସାଇକେଲ, ୨୫ ଜଣଙ୍କୁ ହ୍ୱିଲ୍ ଚେୟାର(ଏ ), ୩ ଜଣଙ୍କୁ ହ୍ୱିଲ୍ ଚେୟାର(ସି )  ସହିତ ଅନ୍ୟାନ୍ୟ ଉପକରଣ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି | ଚକ୍ଷୁ ବିଶେଷଜ୍ଞ ଡ଼ଃ ଦୀପିକା ଯୋଶୀ, ଓଡିଅଲୋଜିଷ୍ଟ  ଓମପ୍ରକାଶ ସିଂ ସାମନ୍ତ,ଅସ୍ତିଶଲ୍ୟ ବିଶେଷଜ୍ଞ ଡ଼ଃ ପି. କେ ଦାସ, ମେଡ଼ିସିନ ବିଶେଷଜ୍ଞ ଡ଼ଃ ଲଳିତା ପ୍ରଧାନ ସମେତ ଜିଲ୍ଲା ପରିଷଦ ସଭ୍ୟ ସରତ କୁମାର ପ୍ରଧାନ,  ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ଶଥପଥୀ, ରେଢ଼ାଖୋଲ ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ସେନାପତି ସମେତ ବ୍ଲକର ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ଉପସ୍ଥିତ ଥିଲେ |

Recent Comments

Leave Comments

Top