logo
add image
କଷାକେନ୍ଦୁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

କଷାକେନ୍ଦୁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଭବାନୀପାଟଣା/୦୬/୦୩/୨୫/ (ଆଧାର ମିଡ଼ିଆ)- ଭବାନୀପାଟଣା ସଦର ବ୍ଲକ ଅଧୀନ ରିଷିଗାଁ କ୍ଲଷ୍ଟର କଷାକେନ୍ଦୁ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଏବଂ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଚ୍ଛି।ଇତି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସରସ୍ଵତୀ ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଭବାନୀପାଟଣା ସଦର ବ୍ଲକର ପୂର୍ବର୍ତ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମରଞ୍ଜନ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତାଭାବେ ବିଆରସିସି ଶ୍ରୀଯୁକ୍ତ ଜୟକୁମାର ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗଦିଶ ମୁଣ୍ଡ, ବିଶିଷ୍ଟ ଅତିଥି ଭାବେ ସିଆରସିସି ବୈକୁଣ୍ଠ ବେମାଲ, ବିଦ୍ୟାଳୟ ପରିଚାଳନା କମିଟି ର ସଭାନେତ୍ରୀ ନୂପୁର ହଂସ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ମଞ୍ଚାସିନ ହୋଇ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଶୈକ୍ଷିକ ବିକାଶରେ ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟ କ୍ରମ ବେସ ଚିତାକର୍ଷକ ଏବଂ  ଉଚ୍ଚପ୍ରଶଂସ ଯୋଗ୍ୟ ହୋଇଥିଲା। ମଞ୍ଚ ପରିଚାଳନା ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଧର ପ୍ରଧାନ କରିଥିବା ବେଳେ ସହ ଶିକ୍ଷୟତ୍ରୀ ସୁବାସିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସଂଖ୍ୟାରେ ଅବିଭାବକ ଉପସ୍ଥିତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲା।

Recent Comments

Leave Comments

Top