logo
add image
ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା/୦୭/୦୩/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ନିକଟସ୍ଥ ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହିର ଦିନେଶ ନାୟକ (୨୮) । ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ କୌଣସି କାରଣ ବଶତଃ ଖସିଯାଇ ପାଣିରେ ପଡି ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ କୌଣସି ଲୋକ ନଥିବାରୁ ତୁରନ୍ତ ତାଙ୍କୁ କେହିବି ଉଦ୍ଧାର କରିପାରି ନଥିଲେ। ଆଖପାଖ ଲୋକେ ଗାଧୋଇଆସିବା ସମୟରେ ଦେଖି ସଙ୍ଗେ ସଙ୍ଗେ ରାଇକିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Recent Comments

Leave Comments

Top