logo
add image
ଓଏସଇଏଫଡ଼ିର ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ

ଓଏସଇଏଫଡ଼ିର ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ

ଖୋର୍ଦ୍ଧା,୦୯/୦୩(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ଭୁବନେଶ୍ବର ସ୍କିଲ ସ୍ପାର୍କ ଠାରେ ଓଏସଇଏଫଡ଼ିର ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ ସଭାପତି ସୂର୍ଯ୍ୟକାନ୍ତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ସଂଘର ସାଂଗଠନିକ ସ୍ଥିତି,ନୂତନ ପଦାଧିକାରୀ ଓ କୋର୍ କମିଟି ସଦସ୍ୟ ଚ଼ୟନ କରାଯାଇଥିଲା।ସମ୍ପାଦକ ଥିବା ଜୀବନ କୁମାର ବେହେରାଙ୍କୁ ଉପଦେଷ୍ଟା, ଯୁଗ୍ମ ସମ୍ପାଦକ ଥିବା ଆୟୁଷ୍ମାନ ଚୌଧୁରୀ‌ଙ୍କୁ ସମ୍ପାଦକ,ବିଶ୍ବବିଜୟୀ ଦାଶଙ୍କୁ ଉପସଭାପତି,ଅଭିଷେକ ଆଚ଼ାର୍ଯ୍ୟଙ୍କୁ କୋଷାଧ୍ୟକ୍ଷ,ଆର୍ଷି ଉପାସନା କରଙ୍କୁ ଯୁଗ୍ମ ସମ୍ପାଦକ,ପ୍ରିୟବ୍ରତ ରାଉତଙ୍କୁ ସହ-କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସଶକ୍ତିକରଣ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାଗଲେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମାନେ ଉପକୃତ ହେବା ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରନ୍ତେ ବୋଲି ସଂଘର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ମତବ୍ୟକ୍ତ କରିଥିଲେ।
 

Recent Comments

Leave Comments

Top