logo
add image
ହଜ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପିତୃ ମାତୃ ପୂଜନ ଦିବସ ପାଳିତ ।

ହଜ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପିତୃ ମାତୃ ପୂଜନ ଦିବସ ପାଳିତ ।

ବେଗୁନିଆ/ଖୋର୍ଦ୍ଧା/୧୦/୦୩/୨୦୨୫/(ଆଧାର ମିଡ଼ିଆ)- ବେଗୁନିଆ ବ୍ଲକର ହଜସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ତୁଳସୀ ପୂଜନ ଓ ପିତୃମାତୃ ପୂଜନ ଦିବସ ପାଳିତ ହୋଇଯାଇଛି l ବିବେକାନନ୍ଦ ଶିକ୍ଷା କେନ୍ଦ୍ରର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପିତା ମାତାଙ୍କୁ ଅତି ଭକ୍ତିପୃତ ଭାବେ ପୂଜନ କରିଚିଲେ । ସେହିପରି ପ୍ରଦୀପ ପ୍ରଜ୍ବଳନ ପରେ ତୁଳସୀ ମାତା ପୂଜନ, ପିତୃ ମାତୃ ପୂଜନ, ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କୁଶୁମାଞ୍ଜଳି ସିଂଦେଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଯୋଗ ବେଦାନ୍ତ ସମିତି ସଂଚାଳକ ଅଭିରାମ ଭାଇ, ମୁଖ୍ୟ ବକ୍ତାଭାବେ ସଭ୍ୟ ଜ୍ଞାନ ରଞ୍ଜନ ବାରିକ ସମ୍ମାନିତ ଅତିଥି ଯୋଗ ବେଦାନ୍ତ ସମିତି ସଂଚାଳକ ସଭ୍ୟ ସୁଶାନ୍ତ ଭାଇ, ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଦମୟନ୍ତି ସାମନ୍ତରାୟ ,ଉପଦେଷ୍ଟା ବିଭୂତି ଭୂଷଣ ଦାଶ ,କୋଷାଧ୍ୟକ୍ଷ ପ୍ରଣୟ କୁମାର ଜୟସିଂହ,ଓ ରମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଭାରତୀୟ ସଂସୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ପିତାମାତା ହେଉଛନ୍ତି ମାର୍ଗଦର୍ଶକ ବୋଲି ବକ୍ତବ୍ୟରେ କହିଥିଲେ l କାର୍ଯ୍ୟକ୍ରମର ଆବାହକ ତଥା ସମ୍ପାଦକ ଦୀପକ କୁମାର ଦାଶ ସ୍ଵାଗତ ଭାଷଣ ଓ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଭଞ୍ଜ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ବିଶ୍ଵନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ବଳିଆରସିଂହ ,ଶିକ୍ଷୟତ୍ରୀ ସାବିତ୍ରୀ ବରାଳ,ରଶ୍ମିତା ଜେନା,ରୀନାରାଣୀ ସାହୁ ପ୍ରମୁଖ  ସହଯୋଗ କରିଥିବା ବେଳେ ଶିକ୍ଷକ ମାନସ ଦାସଙ୍କ ବଳିଷ୍ଠ ପରିଚାଳନାରେ  କୁନି କୁନି ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷାର୍ଥୀ ମାନେ ପିତାମାତା ମାନଙ୍କୁ ପୂଜା କରିବାର ଅପୂର୍ବ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶି ଥିଲା । ବାପା ମାଆ ମାନେ ପିଲାମାନଙ୍କ କ୍ୟାରିଅର ଠାରୁ କ୍ୟାରେକ୍ଟର କୁ ଅଧିକ ଗୁରୁତ୍ଵ ଦିଅନ୍ତୁ ଏଵଂ ଆମେ ଯେପରି ସେମାନଙ୍କୁ ଗଢ଼ିବା ସେମାନେ ସେହିପରି ହେବେ ବୋଲି ମୁଖ୍ୟ ବକ୍ତା ମନ୍ତବ୍ୟ ରଖିଥିଲେ l ଶେଷରେ ସଭାପତି ତନ୍ମୟ ଚମ୍ପତିରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କାର୍ଯକ୍ରମ ଚାଲିଥିବାବେଳେ ବିଦ୍ୟାଳୟ ପରିସରରେ ଭରପୁର ଦର୍ଶକ ଉପସ୍ଥିତ ଥିଲେ।

Recent Comments

Leave Comments

Top