logo
add image
ଡେରେଙ୍ଗ ଆଶ୍ରମ ସ୍କୁଲରେ ପରୀକ୍ଷା ଅବ୍ୟବସ୍ଥା ନେଇ ଅଭିଭାବକ କଲେ ଅଭିଯୋଗ।

ଡେରେଙ୍ଗ ଆଶ୍ରମ ସ୍କୁଲରେ ପରୀକ୍ଷା ଅବ୍ୟବସ୍ଥା ନେଇ ଅଭିଭାବକ କଲେ ଅଭିଯୋଗ।

କଣିହାଁ/୧0/୩/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗ ଆଶ୍ରମ ସ୍କୁଲରେ ସୋମବାର ପରୀକ୍ଷା ଅବ୍ୟବସ୍ଥା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସୋମବାର ନବମ ଶ୍ରେଣୀ ପରୀକ୍ଷା ସକାଳ ୭ଟାରେ ୫୩ ଜଣ ପରୀକ୍ଷର୍ଥୀ ପରୀକ୍ଷା ହେବାର ଥିଲା। ତେବେ ପିଲାମାନେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୭ ଟାରେ ପରୀକ୍ଷା ଦବାକୁ ସ୍କୂଲରେ ଆସି ପହଞ୍ଚିଥିଲେ। କିନ୍ତୁ ସେମାନେ ୭ ଟା ବଦଳରେ ୧୦ ବେଳେ ପରୀକ୍ଷା ଦେବାକୁ କହିଥିଲେ। ତେବେ ସକାଳ ୭ଟାରେ ପରୀକ୍ଷା ଥିବା ବେଳେ ୧୦ ବେଳେ ପରୀକ୍ଷା କରିବା ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତି କରିବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେଠରେ ଅନ୍ୟ ଏକ ସ୍କୂଲର ବାଉଣ୍ଡୁରୀ ସିମାକୁ ଲାଗି ଭଣେଶ୍ବରୀ ହାଇସ୍କୁଲରେ ସରକାରଙ୍କ ନିୟମ ଅନୁସାରେ ସକାଳ ୭ ଟାରୁ ୩୧ଜଣ ପରୀକ୍ଷର୍ଥୀ  ପରୀକ୍ଷା ଦେବା ସହିତ ୯ ଟାରେ ପରୀକ୍ଷା ଶେଷ ହୋଇଥିଲା, ଏଣୁ ଅଭିଭାବକ ମାନେ ଆଶ୍ରମ ସ୍କୂଲର ଏଭଳି ମନମୁଖୀ ବେନିଅମ କାର୍ଯ୍ୟକୁ ବିରୋଧ କରିଥିଲେ, ଏହା ସହିତ ଅଭିଭାବକ ମାନେ ଅଭିଯୋଗ କରିଥିଲେକି ପିଲାଙ୍କୁ ମଧ୍ୟ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଛି ,ତାର ପ୍ରତିବାଦ କଲେ ତୁମର ଟିସି ନେଇଯାଅ ବୋଲି ପିଲାମାନଙ୍କୁ ଧମକ ଦିଆ ଯାଉଛି ବୋଲି ପଞ୍ଚୁ ଗୋଛାୟତଙ୍କ ସୂତ୍ରରୁ ପ୍ରକାଶ  । ତେବେ ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଗଡନାୟକଙ୍କୁ ଯୋଗାଯୋଗ କରିବାରେ କହିଥିଲେ ଯେ ବିଦ୍ୟାଳୟରେ ପ୍ରଥମ କରି ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଥିବାରୁ ସୋମବାର ନବମ ଶ୍ରେଣୀ ପରୀକ୍ଷାରେ ଏପରି ସମସ୍ୟା ଉପୁଜିଥିଲା। ପିଲାମାନେ ୧୦ଟା ବେଳେ ପରୀକ୍ଷା ଦେଇଥିଲେ। ତେବେ ଆସନ୍ତା କାଲି ମଙ୍ଗଳବାର ଠାରୁ ସମସ୍ତ ଶ୍ରେଣୀର ପରୀକ୍ଷା ନିର୍ଧାରିତ ସୂଚନା ଅନୁସାରେ ହେବ। ଖାଦ୍ୟମାନ ନେଇ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା। ପିଲାମାନଙ୍କୁ ସଠିକ ଭାବେ ଖାଦ୍ୟ ଦିଆଯାଉଛି। ଅଭିଭାବକ ପଞ୍ଚୁ ଗୋଛୟତ, ଘନଶ୍ୟାମ ଗୋଛୟତ, ନଣ୍ଡା ଗୋଛୟତ, ସନ୍ତୋଷ ଚନ୍ଦ୍ର ଦେହୁରୀ, କାଳୁ ବେହେରା ପ୍ରମୁଖ ବିଦ୍ୟାଳୟ ଅବ୍ୟବସ୍ଥା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Recent Comments

Leave Comments

Top