ରେଙ୍ଗାଲି,୧୧/୦୩/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ସମ୍ବଲପୁର ପୋଲିସ ଦ୍ୱାରା ପୁଣି ଏନକାଉଣ୍ଟର lଆଜି ଭୋର ୫.୩୦ମି ସମୟରେ ଦୁଇ ଜଣ ଗୋ ମାଫିଆଙ୍କୁ ସମ୍ବଲପୁର ପୋଲିସ ଦ୍ୱାରା ଏନକାଉଣ୍ଟର କରାଯାଇଛି lଗତକାଲି ରାତି ରୁ ପୋଲିସ ଖବର ପାଇଥିଲା ପଶ୍ଚିମ ବଙ୍ଗକୁ ଗୋ ଚାଲାଣ କରାଯାଉଛି lତେବେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ସିଟି ଷ୍ଟେସନ ନିକଟରେ ଛକି ରହିଥିଲେ lଗୋ ଚାଲାଣ କରାଯାଉଥିବା କଣ୍ଟେନର କୁ ଏକ କାର ଏସକୋର୍ଟ କରି ଆଣୁଥିଲା lତେବେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା lପୋଲିସ କୁ ଦେଖି ଗାଡ଼ିରେ ଥିବା ଦୁଇ ଜଣ ଫାଇରିଙ୍ଗ କରିଥିଲେ lପୋଲିସ ମଧ୍ୟ ଜବାବ ରେ ଫାଇରିଙ୍ଗ କରିଥିଲା lଉଭୟ ପଟରୁ ୫ ରାଉଣ୍ଡ ଫାଇରିଙ୍ଗ ହେଇଥିଲା lଆହତ ଦୁଇଜଣ ଗୋ ମାଫିଆ ହେଲେ ପଶ୍ଚିମବଙ୍ଗର ଏସକେ ମଣ୍ଟୁ ହକ୍ ଓ ଏସକେ ଆରିଫ lପୋଲିସ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲ ରେ ଭର୍ତି କରିଛି lସେପଟେ କଣ୍ଟେନର ରେ ୩୦ ଟି ଗାଈ ଥିବା ଦେଖିବାକୁ ମିଳିଛି lପୋଲିସ ସମସ୍ତ ଗାଈ କୁ ଉଦ୍ଧାର କରି ଗୋଶାଲା କୁ ନେଇଛି lସେପଟେ ସମ୍ବଲପୁର ପୋଲିସର ୭ଦିନ ମଧ୍ଯରେ ଏହା ଦ୍ୱିତୀୟ ଏନକାଉଣ୍ଟର lଯେହେତୁ ଉଭୟ ଅଭିଯୁକ୍ତ ମାନେ ପଶ୍ଚିମ ବଙ୍ଗ ର ତାଙ୍କର ସମ୍ପୂର୍ଣ କ୍ରାଇମ ହିଷ୍ଟ୍ରି ସମ୍ବଲପୁର ପୋଲିସ ଖୁବ ଶୀଘ୍ର ମାଗିବ ବୋଲି କହିଛି l
Recent Comments