logo
add image
ଠେଲକୋଲୋଇ ପୋଲିସ କୁ ବଡ଼ ସଫଳତା,କାର ସହ ୧୦୮କେଜି ଗଞ୍ଜେଇ ଜବତ

ଠେଲକୋଲୋଇ ପୋଲିସ କୁ ବଡ଼ ସଫଳତା,କାର ସହ ୧୦୮କେଜି ଗଞ୍ଜେଇ ଜବତ

ରେଙ୍ଗାଲି,୧୦/୦୩/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ପୋଲିସ କୁ ମିଳିଛି ବଡ଼ ଧରଣ ର ସଫଳତା।ଗତ ୯ ତାରିଖ ରେ ରାତ୍ରି ପେଟ୍ରୋଲିଂ ସାରି ଠେଲକୋଲୋଇ ପୋଲିସ ଫେରୁଥିବା ସମୟରେ ବିଶ୍ଵସନୀୟ ସୂଚନା ପାଇ ୧୦ନଂ ରାଜ୍ୟ ରାଜପଥ ଲପଙ୍ଗା ଛକ ଠାରେ ଜଗି ବସିଥିଲେ।ଏହି ସମୟରେ ଏକ କଳା ରଙ୍ଗ ର ସିଆଜ ଗାଡ଼ି(ନଂ CG 04HT 7486)ଲପଙ୍ଗା ଛକ ଠାରେ,ସମ୍ବଲପୁର ରୁ ଝାରସୁଗୁଡା ପଟକୁ ଦ୍ରୁତ ଗତିରେ ଅତିକ୍ରମ କରିଥିବାର ଦେଖିବାକୁ ମିଳିଥିଲା।ତୁରନ୍ତ ପୋଲିସ ଗାଡ଼ି ଅନୁକରଣ କରି ସାତଗଛିଆ ଛକ ନିକଟରେ ଉକ୍ତ ଗାଡିକୁ କାବୁ କରିଥିଲା।ଏହି ଗାଡ଼ି ଠାରୁ ୭ଟି ବ୍ୟାଗରେ ୧୦୮କେଜି ଗଞ୍ଜେଇ,ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି,ଗୋଟିଏ  ମୋବାଇଲ ଫୋନ ଏବଂ ୧୭୨୦ ଟଙ୍କା କ୍ୟାସ ଜବତ କରାଯାଇଥିଲା। ଏହି ଘଟଣା ରେ ସମ୍ପୃକ୍ତ ମଧ୍ୟପ୍ରଦେଶର ଅରିଫ ଖାନ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ଅନୁସନ୍ଧାନ ପ୍ରକ୍ରିୟା ଜାରୀରଖିଛନ୍ତି।

Recent Comments

Leave Comments

Top