logo
add image
ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଦୁର୍ବ୍ୟବହାରରେ ଅସନ୍ତୁଷ୍ଟ ଗ୍ରହକଙ୍କ ଥାନାରେ ଲିଖିତ ଅଭିଯୋଗ

ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଦୁର୍ବ୍ୟବହାରରେ ଅସନ୍ତୁଷ୍ଟ ଗ୍ରହକଙ୍କ ଥାନାରେ ଲିଖିତ ଅଭିଯୋଗ

କାକଟପୁର/୧୨/୩/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-କାକଟପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କଅଫ୍ ଇଣ୍ଡିଆର ଶାଖା ପରିଚାଳକଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେଲେଣି ଗ୍ରାହକ. ଆଗରୁ ବହୁବାର କମ୍ପ୍ଲେନ ପାଇବି ଉପରିସ୍ଥ ଚୁପ. କିଛିଦିନ ତଳେ ଏହି ଶାଖା ପରିଚାଳଜଙ୍କ ନାମରେ ସର୍ବୋଚ୍ଚ ବ୍ୟାଙ୍କ ଅଧିକାରୀଙ୍କ ପାଖକୁ ଡାକ ଯୋଗେ ଏକ ପତ୍ର ଯାଇଥିଲା. ଅଭିଯୋଗ କରିଥିବା ଲୋକଜଣଙ୍କ ଜଣେ ସରକାରୀ କର୍ମଚାରୀ. ତାଙ୍କ ଅଭିଯୋଗକୁ ପ୍ରତ୍ୟାଖାନ କରିଦିଆଗଲା. ହେଲେ ଗତକାଲି ଜିତେନ୍ଦ୍ରିୟ ନାୟକ ନାମକ ଜଣେ ଗ୍ରାହକଙ୍କୁ ଦୁର୍ବ୍ଯବହାର କରିଥିବା ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତ କାଲି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ କାକଟପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଶ୍ରୀ ନାୟକ ଯାଇଥିଲେ। ବ୍ୟାଙ୍କରେ ଥିବା ଫିକ୍ସ ଡିପୋଜିଟ୍ ଜମା ବଳରେ ଏକ ଜରୁରିକାଳୀନ ଋଣପାଇଁ ଶ୍ରୀ ନାୟକ ଫିଲ୍ଡ ଅଫିସରଙ୍କୁ ଦେଖା କରିବାକୁ ତାଙ୍କ ଟେବୁଲ୍ ନିକଟରେ ଅପେକ୍ଷା କରିଥିଲେ। ମାତ୍ର ଫିଲ୍ଡ ଅଫିସର ଆସିବାରେ ବିଳମ୍ବ ହେବାରୁ ଜିତେନ୍ଦ୍ରିୟ ଶାଖା ପରିଚାଳକଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଦେଖା କରିଥିଲେ। ତେବେ ଶାଖା ପରିଚାଳକ ହଠାତ୍ ଜିତେନ୍ଦ୍ରିୟଙ୍କ ଉପରେ ରାଗିଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ତୁରନ୍ତ ପ୍ରକୋଷ୍ଠରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ |ଶାଖା ପରିଚାଳକଙ୍କ ଏଭଳି ବ୍ୟବହାରରେ ମର୍ମାହତ. ଏଠି ପ୍ରଶ୍ନଉଠେ ଯଦି ଜଣେ ପରିଚାଳକ ସାଧାରଣ ଲୋକଙ୍କୁ ବ୍ୟବହାର ଖରାପ କରନ୍ତି ଏବଂ ଲୋକଟି ଉପରିସ୍ଥ ଅଫିସରଙ୍କୁ ଜଣାଇବା ପରେ କାର୍ଯ୍ୟ ଶୂନ ତାହେଲେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠୁଛି,ଆଜି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।କାକଟପୁର ଥାନାଧିକାରୀ  ନିରୀକ୍ଷକ ଉମେଶ କୁମାର ସାହୁ ଅଭିଯୋଗ ପାଇବାପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି, କେବେ ହେବ କାର୍ଯ୍ୟାନୁଷ୍ଠାନ ତା ଉପରେ ସମସ୍ତଙ୍କ ନଜର,

Recent Comments

Leave Comments

Top