logo
add image
ପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ପଦ୍ମପୁର/ବରଗଡ/୧୨/୩/୨୦୨୫/ (ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ପଦ୍ମପୁର ଉପଖଣ୍ଡରେ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ନିଯୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି ଆଇନଛାତ୍ର ଆଶିଷ ଜ୍ୟୋତିଷ  । ସେ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଦ୍ମପୁର ଉପଖଣ୍ଡ ଏକ ବୃହତ ଉପଖଣ୍ଡ ଛଅ ଗୋଟି ବ୍ଲକକୁ ନେଇ ଗଠିତ  । ପଦ୍ମପୁର ଉପଖଣ୍ଡ ଅଧିନରେ ସର୍ବମୋଟ ନଅଗୋଟି ପୋଲିସ ଥାନା ରହିଛି  । ଶ୍ରୀମତୀ ଅମ୍ରିତପାଳ କୌର(ଆଇ.ପିଏସ)ଙ୍କ ବଦଲି ପରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପଦବୀ ଖାଲି ରହିଛି  । ପଦ୍ମପୁର ଉପଖଣ୍ଡ ପଡୋଶୀ ଜିଲ୍ଲା ବଲାଙ୍ଗୀର,ନୂଆଁପଡା ଓ ପଡୋଶୀ ରାଜ୍ୟ ଛତିଶଗଡର ସିମାନ୍ତରେ ଅବସ୍ଥିତ । ପଦ୍ମପୁର ଉପଖଣ୍ଡ ଗୋଟିଏ ମାଓ ପ୍ରବଣ ଅଂଚଳ ,ଏହି ଅଂଚଳରେ ବିଭିନ୍ନ ସମୟରେ ବିଭିନ୍ନ ସମୟରେ ନିଶା ଔଷଧ ଚାଲଣ ତଥା ବିକ୍ରି ହେଉଥିବା ଖବର ସାମନାକୁ ଆସିଥାଏ  । କିନ୍ତୁ ଏବେ ଏହି ଉପଖଣ୍ଡ ମୁରବି ବିହିନ ପୋଲିସ ଉପଖଣ୍ଡ ଭାବରେ ପଡି ରହିଛି  । ଏହି ଉପଖଣ୍ଡରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାୟୀ ଉପଖଣ୍ଡ ପୋଲିସ ଅଧିକାରୀ ରହିବା ନିହାତି ଆବଶ୍ୟକ ବୋଲି ଆଶିଷ ଉଲ୍ଲେଖ କରିଛନ୍ତି  । ଏହା ସହ ଯଥା ଶୀଘ୍ର ପଦ୍ମପୁର ଉପଖଣ୍ଡର ଜନସାଧାରଣଙ୍କ ହିତ ପାଇଁ ଜଣେ ସୁଦକ୍ଷ ଉପଖଣ୍ଡ ପୋଲିସ ଅଧିକାରୀ ଯଥାଶୀଘ୍ର ସ୍ଥାୟୀ ଭାବରେ ନିଯୁକ୍ତ କରିବା ପାଇଁ ସେ ଦାବୀ କରିଛନ୍ତି  ।

Recent Comments

Leave Comments

Top