logo
add image
କନ୍ଧମାଳ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବ୍ୟବସାୟିକ ପଞ୍ଜୀକରଣ ମେଳା ଅନୁଷ୍ଠିତ

କନ୍ଧମାଳ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବ୍ୟବସାୟିକ ପଞ୍ଜୀକରଣ ମେଳା ଅନୁଷ୍ଠିତ

ବାଲିଗୁଡା/ ୧୨/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକା ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ବୁଧବାର ଜାଗୃତି ସଭାଗୃହ ପରିସର ମଧ୍ୟରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପଞ୍ଜୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଖାଦ୍ୟ ନିରାପତ୍ତା ପ୍ରାଧିକାରଣର ଅଧିକାରୀ ସତ୍ୟବ୍ରତ ଷେଣ୍ଢ ସମସ୍ତ ବ୍ୟବସାୟୀ ମାନଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ସହ ଅନଲାଇନ ପଞ୍ଜୀକୃତ କରାଇଥିଲେ। ଯେଉଁ ମାନେ ଏହି ଶିବିରରେ ପଞ୍ଜୀକୃତ କରିବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଅନଲାଇନରେ ପଞ୍ଜୀକୃତ କରାଇ ପାରିବେ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ଷେଣ୍ଢ କହିଛନ୍ତି ଯେ, ଜିଲାର ବିଭିନ୍ନ ବ୍ଲକରେ ଏଭଳି ଶିବିର କରାଯାଇ ପଞ୍ଜୀକୃତ କରାଯାଉଛି। ପ୍ରଥମେ ଜି.ଉଦୟଗିରି ବ୍ଲକରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବ୍ଲକ ଭାବେ ଦାରିଙ୍ଗବାଡିରେ ଏହି ମେଳା ର ଆୟୋଜନ କରାଯାଇଥିବା ସେ କହିଛନ୍ତି। ହାତ ପାହାନ୍ତାରେ ବ୍ୟବସାୟୀ ମାନଙ୍କ ପଞ୍ଜୀକୃତ ହୋଇଥିବାରୁ ଦାରିଙ୍ଗବାଡ଼ି ବଣିକ ସଙ୍ଘ ସମେତ ବ୍ରାହ୍ମଣୀଗାଁ, ସିମନବାଡି, ଗଦାପୁର, ବୁଡଗୁଡା ଆଦି ପଞ୍ଚାୟତ ଅଞ୍ଚଳର ବ୍ୟବସାୟୀ ମାନେ ଜିଲା ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ବିଭାଗକୁ ସାଧୁବାଦ ଜଣାଇଛନ୍ତି। ଏହାଦ୍ୱାରା ବ୍ୟବସାୟୀ ଏବଂ ଜିଲାପ୍ରଶାସନ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିଥିବା ବ୍ୟବସାୟୀ ସଙ୍ଘର ଦିଲୀପ କୁମାର ସାହୁ, ଭଗବାନ ସାହୁ, ଲଡ଼ୁ କିଶୋର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।

Recent Comments

Leave Comments

Top