ଜମନକିରା,୧୩।୩(ଆଧାର ମିଡ଼ିଆ)ଅସାମାଜିକ ଲୋକ ଜଙ୍ଗଲ ରେ ନିଆଁ ଲଗାଇ ଦେଉଛନ୍ତି।ଜଙ୍ଗଲରେ ନିଆଁ ହୁତୁ ହୂତୁ ହୋଇ ଜଳୁଛି।ବନ ଅଧିକାରୀ ନିଆଁ ଲଗାଉ ଥିବା ଅସାଧୁ ଲୋକଙ୍କୁ ଧରିବା ପାଇଁ ଏକ୍ସନ୍ ମୋଡ଼ରେ ଆସିଛନ୍ତି।ଜମନକିରା ବନ୍ୟପ୍ରାଣୀ ରେଞ୍ଜ ଫାଶିମାଲ୍ ସେକ୍ସନ୍ ଅନ୍ତର୍ଗତ ବଡ଼ଲଙ୍ଗାବାହାଲ ଫରେଷ୍ଟ ବିଟ୍ ଅଂଚଳ ମୁକ୍ତେଶ୍ଵର ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗା ଘଟଣା ରେ କସଡା ପଂଚାୟତ ବଡ଼ଲଙ୍ଗାବାହାଲ ଗାଁ ର ସୁମନ୍ତ ମରେଇ ଙ୍କୁ ନିଆଁ ଲଗାଉ ଥିବା ବେଳେ ଖବର ପାଇ ଫରେଷ୍ଟର ଦୁବରାଜ ଗୁଞ୍ଜୁ ଏଵଂ ଫରେଷ୍ଟ ବିଟ୍ ଗାର୍ଡ ମୀନା ଜୟପୁରିଆ ଘଟଣା ସ୍ଥଳକୁ ପହଂଚି ଅଭିଯୁକ୍ତକୁ ଧରିଥିଲେ।ଓଡିଶା ଜଙ୍ଗଲ ସୁରକ୍ଷା ଆଇନ୍ ୧୯୭୨,୩୭ (ଘ) ଅନୁଯାୟୀ ଅଭିଯୁକ୍ତ ସୁମନ୍ତକୁ ଗିରଫ କରାଯାଇଥିବା ବେଳେ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।
Recent Comments