logo
add image
ହୋଲିଉତ୍ସବ ଉପଲକ୍ଷେ ରାଧାକୃଷ୍ଣ ପୂଜାପାଇଁ ପ୍ରସ୍ତୁତି.

ହୋଲିଉତ୍ସବ ଉପଲକ୍ଷେ ରାଧାକୃଷ୍ଣ ପୂଜାପାଇଁ ପ୍ରସ୍ତୁତି.

ସିନାପାଲି/ନୂଆପଡ଼ା/ ୧୩/୦୩/୨୫/(ଆଧାର ମିଡ଼ିଆ/ରିପୋର୍ଟ-ହେରାମ୍ବ ମେହେର)-ପବିତ୍ର ହୋଲିଉତ୍ସବ ପାଳନ ଅବସରରେ ଆଜି ଠାରୁ ସିନାପାଲି ଜଗନ୍ମାଥ ଛକରେ ରାଧାକୃଷ୍ଣ ପୂଜା କରାଯିବା ସହ ରଙ୍ଗର ପର୍ବ ହୋଲି ପାଳନ କରିବାକୁ ପ୍ରସ୍ତୁତି ଶେଷ ହୋଇଛି l ଏହି ଉପଲକ୍ଷେ ଶୁକ୍ରବାର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ ପୂଜା କରାଯିବା ସହ ଶନିବାର ସାମୁହିକ ଭାବରେ ରଙ୍ଗ ଉତ୍ସବ ଅନୁଷ୍ଠିତ ହେବ ପୂଜା ସମୟରେ ସଂଧ୍ଯା ଆଳତି ମୁଖ୍ଯ ଆକର୍ଷଣ ରହିବ ରଙ୍ଗ ଖେଳରେ ରାସାୟନିକ ରଙ୍ଗ ବଦଳରେ ହର୍ବାଲ ରଙ୍ଗର ବ୍ଯବହାର କରିବାକୂ ପୂଜା କମିଟି ତରଫରୁ ସମସ୍ତଙ୍କୁ ସଚେତନ କରାଯାଇଛି  l କମିଟିର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ସଂପାଦକ ବିଜୟ ମେହେର, କୋଷାଧ୍ଯକ୍ଷ ଯତୀନ୍ଦ୍ର ମେହେର ରହିଥିବା ବେଳେ କାର୍ଯ୍ଯକ୍ରମ ସଂପାଦନାରେ କ୍ଷିରୋଦ, ଜିତେନ, ଚୈତନ୍ଯ, ହାଡ଼ୁରାମ, ପ୍ରଭାତ, ବେଣୁଧର, ଯଦୁମଣି, ପରମେଶ୍ୱର, ସରୋଜ, ଅମର, ଭୁବନ, ନରେଂଦ୍ର, ହେତୁରାମ, ମନୋଜ, ରୂପେଶ ପ୍ରମୁଖ ସହଯୋଗ କରୁଛନ୍ତି l ପ୍ରଥମ ଥର ପାଇଁ ଏହି ହୋଲି ଉତ୍ସବ ତଥା ରାଧାକୃଷ୍ଣଙ୍କ ପୂଜା ଅନୁଷ୍ଠିତ ହେଉଥିବାରୁ ଅଂଚଳରେ ଉତ୍ସାହର ଦେଖିବାକୁ ମିଳିଛି l

Recent Comments

Leave Comments

Top