logo
add image
ବୋଲଗଡ଼ରେ ନୂତନ ନୋଟରୀ ନିଯୁକ୍ତି ହେଲେ ଶୁଭଶ୍ରୀ ।

ବୋଲଗଡ଼ରେ ନୂତନ ନୋଟରୀ ନିଯୁକ୍ତି ହେଲେ ଶୁଭଶ୍ରୀ ।

ବୋଲଗଡ଼/ଖୋର୍ଦ୍ଧା/୧୩/୦୩/୨୦୨୫/(ଆଧାର ମିଡ଼ିଆ )-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିମନ୍ତେ ଭାରତ ସରକାରଙ୍କ ନ୍ୟାୟ ଓ ବିଧୂ ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଟ ଆଇନଜୀବୀ ସୁଶ୍ରୀ ଶୁଭଶ୍ରୀ ବେବର୍ତ୍ତା ପଟ୍ଟନାୟକ (ଝିଲି)ଙ୍କୁ ନୂତନ ନୋଟାରୀ ପବ୍ଲିକ ଭାବେ ନିଯୁକ୍ତି କରିଛନ୍ତି। ବୋଲଗଡ଼ ବ୍ଲକ ଅଞ୍ଚଳରେ ଥିବା  ତହସିଲ କାର୍ଯ୍ୟାଳୟ ଓ ବିଭିନ୍ନ କୋର୍ଟ କାର୍ଯ୍ୟକୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ନୋଟରୀ ସେବା ସୁବିଧାରେ ପାଇପାରିବେ । ଭାରତ ସରକାରଙ୍କ ନ୍ୟାୟ ଓ ବିଧୂ ମନ୍ତ୍ରଣାଳୟ ପକ୍ଷରୁ ପ୍ରମାଣ ପତ୍ର ପାଇବା ପରେ ଶୁଶ୍ରୀ  ଶୁଭଶ୍ରୀ  ଏହି ଅଞ୍ଚଳରେ ପ୍ରତ୍ୟେକ ସଧାରଣ ଲୋକ କିଭଳି ନୋଟରୀ ସେବା ସୁବିଧାରେ ପାଇବେ ସେ ନେଇ ଯତ୍ନବାନ ରହିବେ ବୋଲି ମତ ପ୍ରକାଶ କରିଛନ୍ତି । ପୂର୍ବତନ ନୋଟାରି ସ୍ବର୍ଗତ ନବକିଶୋର ରାଉତରାୟ ଙ୍କର ଅକାଳ ବିୟୋଗ ଫଳରେ ଦିର୍ଘ ଏକବର୍ଷ ଧରି ଏହି ପଦବୀ ଖାଲିପଡ଼ିଥିଲା। ଯାହାଫଳରେ ବୋଲଗଡ଼ ଅଞ୍ଚଳ ବାସି ତହସିଲ କାର୍ଯ୍ୟାଳୟରୁ ସହଜ ଓ ସୁବିଧାରେ ଏହି କାର୍ଯ୍ୟରୁ ବଞ୍ଚିତ ହେଉଥିଲେ । ଏହାକୁ ନେଇ ପୂର୍ବରୁ ଅନେକଥର ନୂତନ ନୋଟରୀ ନିଯୁକ୍ତି ନେଇ ଦାବି ହୋଇ ଆସୁଥିଲା । ଏହି ଅବସରରେ ଗୁରୁବାରଦିନ ଶୁଶ୍ରି ଶୁଭଶ୍ରୀ ଙ୍କ ବାସଭବନରେ ପହଁଚି ବୋଲଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ବରିଷ୍ଟ ବିଜେଡି ନେତା ପ୍ରଫୁଲ୍ଲ କୁମାର ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁ , ପୁର୍ବତନ ସରପଞ୍ଚଙ୍କ ଅର୍ଜୁନ ବେହେରା , ଆଲୋକ କୁମାର ରାଉତ , ଆୟୀନିଯିବି ବିର ଦାସ ବରିଷ୍ଟ ସାମ୍ବାଦିକ ଗଙ୍ଗାଧର ଦାଶ , ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ଫୁଲତୋଡ଼ା ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।ଏବେ ନୂତନ ନୋଟାରି ନିଯୁକ୍ତି ଦିଆଯାଇଥିବାରୁ ବୋଲଗଡ଼ ଅଞ୍ଚଳର ସାଧାରଣ ଜନତା ଖୁସିବ୍ୟକ୍ତ କରିଛନ୍ତି ।

Recent Comments

Leave Comments

Top