ବୋଲଗଡ/ଖୋର୍ଦ୍ଧା/୧୩/୦୩/୨୦୨୫/(ଆଧାର ମିଡ଼ିଆ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଅସରଳା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ବେହେରାଙ୍କ ସଭାପତିତ୍ୱରେ ୧୦୦ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ଭର ସହକାରେ ବୁଧବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ରଘୁନାଥ ବେହେରା. ମୁଖ୍ୟବକ୍ତା ଭାବେ ଶିକ୍ଷବିତ ଲକ୍ଷନ ବରାଡ଼ ଓ ସାନମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଫକୀର ଚରଣ ସ୍ୱାଇଁ. ୱାର୍ଡ ସଭ୍ୟ ଦିଲ୍ଲୀପ କୁମାର ସାମନ୍ତ୍ରୟ. ମୋ ସ୍କୁଲ କମିଟି ସଭାପତି ତ୍ରିନାଥ ଦଳାଇ. ମୋ ସ୍କୁଲ କମିଟି ସଭ୍ୟ ଯୋଗିନାଥ ବେହେରା ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫୋଟୋଚିତ୍ରରେ ଫୁଲ ଚନ୍ଦନଦେଇ ପ୍ରଦୀପ ପ୍ରଜ୍ୱଳ ନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ. କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର ବେଦପାଠ କରିଥିଲେ.ପ୍ରଧାନ ଶିକ୍ଷକ ସୁଶାନ୍ତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସୁବାଷ ଚନ୍ଦ୍ର ଖଣ୍ଡେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ.ଶିକ୍ଷକ ପ୍ରସନ୍ନ କୁମାର ରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ.କୃତି ଛାତ୍ର ଛାତ୍ରୀ ମାନଂକୁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରମାଣ ପତ୍ର. ଟ୍ରଫି. ପଦକ ପ୍ରଦାନ କରିଥିଲେ. ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ମନରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଥିଲା ଓମାନବ ସଚେତନ ଧର୍ମୀ ବାଲ୍ୟ ବିବାହ ନାଟକ ମଞ୍ଚସ୍ଥ କରାଯାଇଥିଲା. ଶିକ୍ଷାବିକାଶ ର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ସମସ୍ତ ଛାତ୍ର ଛାତ୍ରୀ ମାନେ କଠିନ ପ୍ରରିଶ୍ରମ କରି ଉତ୍ତମ ଚରିତ୍ରବାନ ହେବାପାଇଁ ମୁଖ୍ୟ ବକ୍ତା ଲକ୍ଷ୍ମଣ ବରାଡ଼ ପରାମର୍ଶ ଦେଇଥିଲେ | ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଶିକ୍ଷକ ଆଶିଷ କୁମାର ସାହୁ. ଶିକ୍ଷୟତ୍ରୀ ରଜନୀସାମନ୍ତରାୟ. ବିଶ୍ୱଜିତା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ ପରିଶେଷରେ ଶିକ୍ଷୟତ୍ରୀ ପ୍ରିୟ ଦର୍ଶିନୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments