ଭବାନୀପାଟଣା/୧୪/୦୩/୨୫/ (ଆଧାର ମିଡ଼ିଆ।)-ଭବାନୀପାଟଣା ବ୍ଲକ ରିଷିଗାଁ କ୍ଲଷ୍ଟର ଅଧିନସ୍ଥ ବନ୍ଧପଡା ପ୍ରଥମିକ ବିଦ୍ୟାଳୟର କ୍ରୀଡା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ଇତି ଅବସରରେ ଭବାନୀପାଟଣା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗ ଦୀଶ ଚନ୍ଦ୍ର ମୁଣ୍ଡ ମୁଖ୍ୟ ଅଥିତି ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଏ.ବି.ଇ.ଓ.ହୃଦିକେଶ ନାଏକ ଏବଂ ସମ୍ମାନୀତ ଅତିଥି ଭାବେ ରିଷିଗାଁ ସି.ଆର.ସି.ସି. ବୈକୁଣ୍ଠ ବେମାଲ ,ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଅନୁର୍ଯ୍ୟ ଗୌଡ଼ ପ୍ରମୁଖ ଯୋଗଦେଇ ନିଜନିଜର ଅଭିଭାଷଣ ଛାତ୍ରଛାତ୍ରୀ ଉପସ୍ଥିତ ଜନତାଙ୍କ ଉଦ୍ୟେଶରେ ରଖିଥିଲେ।
ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତି ,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉମା ମାଝି ,ବରିଷ୍ଠ ଶିକ୍ଷକ ସୁନ୍ଦରଲାଲ ପଣ୍ଡା ପ୍ରମୁଖ ମଞ୍ଚସିନ ହୋଇ ବାର୍ଷିକ ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିବାସହ ଛାତ୍ର ଛାତ୍ରୀଙ୍କୁ ମନଯୋଗ ସହକାରେ ପାଠପଢ଼ି ଭଲ ମଣିଷ ହେବାପାଇଁ ପ୍ରେରଣା ଦେଇଥିଲେ ।ଚଳିତ ଶିକ୍ଷା ବର୍ଷର ବେସ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।ପରେ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହା ସହିତ ସମସ୍ତ ଅତିଥି ଏବଂ ଅଧିକାରୀ ମାନେ ବିଦ୍ୟାଳୟରେ ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀ ଷ୍ଟଲ ଗୁଡିକୁ ପରିଦର୍ଶନ କରିଥିଲେ। ଏହି ବାର୍ଷିକ ଉତ୍ସବରେ ବରିଷ୍ଠ ଶିକ୍ଷ୍ୟୟତ୍ରୀ ରୀନା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ସହକାରୀ ଶିକ୍ଷ୍ୟୟତ୍ରୀ ସାହିସ୍ଥା ଖାନ ଓ ଅଭିଭାବକ ମାନେ ସହଯୋଗ କରିଥିଲେ। ରିଷିଗାଁ ସି.ଆର.ସି.ସି.ବୈକୁଣ୍ଠ ବେମାଲଙ୍କ ଏଭଳି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସ୍ତରରେ ପାଳନ କରିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ସର୍ବସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି।
Recent Comments