କଣିହାଁ/ ୧୭/୩/୨୦୨୫/ (ଆଧାର ମିଡ଼ିଆ)-ଅନୁଗୋଳ ଜିଲା କଣିହାଁ ବ୍ଲକ ସୁଲେଇପାଳ ଟିକିରା ନଦୀପାଖ ଆମ୍ବ ତୋଟାରେ ରବିବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂତନ ମଣ୍ଡଳ ସଭାପତି ଓ ବୁଥ ସଭାପତିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ,ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ମଣ୍ଡଳ ସଭାପତି ଓ ବୁଥ ସଭାପତିଙ୍କ ସହିତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ତରୀ ଫୁଲତୁଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ,ଏଥି ସହିତ ବୁଥ ସ୍ତରରେ ସଂଘଠନକୁ କିଭଳି ଭାବେ ସୁଦୃଢ କରିବାକୁ ହେବ ସେ ନେଇ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଥିଲେ,ଆଗକୁ ପଞ୍ଚାୟତ ଇଲେକ୍ସନ ଥିବାରୁ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ବିଜେପି ଖାତାକୁ ଯିବ ବିଧାୟକ ଶ୍ରୀ ମହାନ୍ତି କାର୍ଯ୍ୟକର୍ତାଙ୍କୁ ସୂଚନା ଦେଇଥିଲେ,ଏହି ଅବସରରେ ୨୪ ବର୍ଷର ବିଜେଡ଼ି ସରକାରର ଅପାରଗ ନେତା ଅରୁଣ ସାହୁ ବିଜେପି କାର୍ଯ୍ୟକର୍ତାଙ୍କୁ, ପାନଖିଆ ଛେପରା ପଟିଆ, କହି ଦେଇଥିବା ଘୃଣ୍ୟ ମନ୍ତବ୍ୟକୁ ବିଧାୟକ ମଞ୍ଚରେ ଭର୍ତ୍ସନା କରିଥିଲେ, l ବୁଥ ସ୍ତରରେ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦବାପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଥିଲେ ଏବଂ ପ୍ରଶାସନ ସହ ସେତୁ ସାଜି ଗ୍ରାମାଞ୍ଚଳର ବିକାଶ ପାଇଁ କାର୍ଯ୍ୟକରିବାକୁ କାର୍ଯ୍ୟ କର୍ତ୍ତାଙ୍କୁ ଜଣାଇ ଥିଲେ,
ଦେଶର ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏବଂ ଏ ମାଟିର ସୁଯୋଗ୍ୟ ସନ୍ତାନ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ଏକ ସୁତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ପାଳଲହଡା ଅଞ୍ଚଳ ବାସି ରଶଂସା କରିବା ସହିତ ଆଜି ଗର୍ବିତ ବୋଲି ପ୍ରକାଶ କରିଥିଲେ, ବିଧାୟକ ଶ୍ରୀ ମହାନ୍ତି କହିଥିଲେ ବହୁ ପ୍ରତିକ୍ଷିତ ଧାନର ମିନିମମ ସହାୟକ ରାଶି ୩୧୦୦ ଟଙ୍କା ଚାଷୀଙ୍କୁ ଦେଇଥିବାରୁ ଅଞ୍ଚଳ ବାସୀଙ୍କ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଥିଲେ ,ନଦୀ କୂଳରେ ଥିବା ଉଠା ଜଳସେଚନ ପ୍ରକଳ୍ପ କୁ ପୁନରୁଦ୍ଧାର କରି ଚାଷଙ୍କୁ ଗୁରୁତ୍ୱ ଦେବାକୁ ହେବ ବୋଲି କରିଥିଲେ,ବିଜେଡିର ୨୪ ବର୍ଷର ଶାସନ ଏବଂ ମୋହନ ମାଝୀ ୯ ମାସର ସରକାରଙ୍କ ଉପଲବଦ୍ଧି ବିଷୟରେ କାର୍ଯ୍ୟ କର୍ତ୍ତାଙ୍କୁ ଜଣାଇ ଥିଲେ,
ଏହି ଅବସରରେ ଜିଲ୍ଲାର ପୂର୍ବତନ ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲାର ସଂଗଠନ ମହାମନ୍ତ୍ରୀ ସୁଦୀପ୍ତ ଗଡନାୟକ,ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲାର ବରିଷ୍ଠ ଉପ ସଭାପତି ନୃସିଂହ ବରାଳ ମଞ୍ଚ ପରିଚାଳନା କରିଥିଲେ ,ଏଥିସହିତ ପୂର୍ବ ତନ ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ,ପ୍ରହ୍ଲାଦ ସାମଲ,ଉପସ୍ଥିତ ଥିଲେ, ୧୯ସହ ୯୨ ମସିହା ଠାରୁ ଆଜିପଯ୍ୟନ୍ତ ପାଳଲହଡା ନିର୍ବାଚନ ମଣ୍ଡଳୀର ବିଜେପିନେତା ଓ କାଯ୍ୟ କର୍ତ୍ତା ମାନେ କିଭଳି ଭାବେ ସଂଘର୍ଷ କରିଆସିଥିଲେ ସେ ବିଷୟ ତ୍ରିପୁରାରି ପ୍ରଧାନ ମଞ୍ଚରେ କାର୍ଯ୍ୟକର୍ତା ଙ୍କୁ ବିସ୍ତୃତ ଭାବରେ ବଖାଣି ଥିଲେ ,ମଞ୍ଚରେ ନୂତନ ରେଙ୍ଗାଲି ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ,ପବିତ୍ର ନଗର ମଣ୍ଡଳ ସଭାପତି ମନୋଜ ବିଶ୍ୱାଳ, ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ବିନୟ ପ୍ରଧାନ, ଧୃବ ଚରଣ ଧିର, ସୁମନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ , ଜିଲ୍ଲା ର ବରିଷ୍ଠ ନେତା ସମବାୟ ସମିତି ସଭାପତି ରଞ୍ଜନ ସାମଲ, ସୁନିଲ ପ୍ରଧାନ,ମନୋଜ ବିଶ୍ୱାଳ,ରବି ପାତ୍ର,ମୋନାଜ ପ୍ରଧାନ,ହିମାଂଶୁ ପାତ୍ର,ପଞ୍ଚାନନ ପାତ୍ର ଦୁଇ ମଣ୍ଡଳର ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ , ଆର୍କିଳ, ସୁଲେଇ ପାଳ କାର୍ଯ୍ୟକର୍ତା ସହଯୋଗ କରିଥିଲେ।
Recent Comments