ସିନାପାଲି/ନୂଆପଡ଼ା/୧୭/୦୩/୨୫/ (ଆଧାର ମିଡ଼ିଆ/ରିପୋର୍ଟ-ହେରାମ୍ବ ମେହେର)ଆଜି ସିନାପାଲି ବ୍ଲକର ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାସ ଓ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ଉପ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି lଏହି ଶିବିରରେ ଖାଦିଅଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ଶେଖ ନସିମ ,ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘୀବେଲା,ବିଡ଼ିଓ କାର୍ମୀ ଓରାମ ,ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ lଏହି ଶିବିରରେ ନୂଆପଡା ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଦ୍ୟୁତ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ l ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୫୩ ଗୋଟି ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଣି ହୋଇଥିଲା l ସେଥି ମଧ୍ୟରୁ ୩୧ ଗୋଟି ବ୍ୟକ୍ତିଗତ ଓ ୨୨ ଗୋଟି ସାମୁହିକ ଅଭିଯୋଗ ଥିଲା l ଅସହାୟା ମହିଳା ରିନା ମେହେରଙ୍କୁ ରେଡ୍ କ୍ରସ ପାଣ୍ଠିରୁ ତତ୍କାଳୀନ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।
ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ କ୍ରମେ ବ୍ଲକ୍ ପରିସରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏଥିରେ ସିନାପାଲି ବିଡ଼ିଓ କାର୍ମୀ ଓରାମ ଓ ତାଙ୍କ ସ୍ଵାମୀଙ୍କ ସମେତ ଡେପୁଟୀ କଲେକ୍ଟର ଶେଖ୍ ନସିମ ସହ ୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ରକ୍ତଦାତା ମାନଙ୍କୁ ଶିବିରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅପରାହ୍ନରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଗୋଡାଳ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭାର ଆୟୋଜିତ ହୋଇଥିଲା l ସକାଳୁ ଗୋଡାଳ ଗ୍ରାପ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା ସେହିପରି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ୫୦ ଟି ବଡ଼ ଏବଂ ୮୦ ଟି ଛୋଟ ଗୃହପାଳିତ ପଶୁଙ୍କ ଚିକିତ୍ସା କରିବା ସହିତ ୨୦ ଗୋଟି ପଶୁର ବୀମାକରଣ କରା ଯାଇଥିଲା ।
Recent Comments