logo
add image
ପଞ୍ଚୁଦଣ୍ଡ ପରିଚାଳନା ସମିତିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ .

ପଞ୍ଚୁଦଣ୍ଡ ପରିଚାଳନା ସମିତିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ .

ବାଲିଗୁଡା/୧୭/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ତ୍ତମ  ବାର୍ଷିକ ତେର ଶମ୍ଭୁ ମିଳନ ଉତ୍ସବ ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଜାର ଛକ ନିକଟରେ ସମିତିର ଏକ ଅସ୍ଥାୟୀ କାର୍ଯ୍ୟାଳୟକୁ ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାଶଙ୍କ କର କମଳରେ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ଏହି ଉତ୍ସବରେ ସମିତିର ସଭାପତି କିଶୋର କୁମାର ପାଳ,ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତ ରେ ଚଳିତ ବର୍ଷ ର ତେର ଶମ୍ଭୁ ସମାରୋହ ପାଇଁ କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ କରାଯାଇଛି l ଏତଦ ବ୍ୟତୀତ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ସଦସ୍ୟ ନିଜ ନିଜର ବିଭିନ୍ନ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନାମ ଘୋଷଣା କରାଯାଇଥିଲା l ସମସ୍ତ ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜ ନିଜର ଦାୟିତ୍ୱ ବହନ କରିବା ପାଇଁ ମା 'ଦକ୍ଷିଣକାଳୀଙ୍କ ନାମରେ ଶପଥ ନେଇଥିଲେ l ଏହି ଅବସରରେ ଡ଼ଃ. ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଏବଂ ହିମାଂଶୁ ଶେଖର ଦାଶଙ୍କୁ ସମିତିର ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି l ଶେଷରେ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top