logo
add image
କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ

କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ

ପଦ୍ମପୁର/ବରଗଡ/୧୭/୩/୨୦୨୫/ ଆଧାର ମିଡ଼ିଆ //ଡିଲେଶ୍ୱର ବାଗ): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମରେ ବିଜା ଗଣ୍ଡି ଚୋରିକରି ନେଉଥିବା (ଓଆର ୦୩ ଡି ୧୮୩୨) ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ିକୁ ବନ ବିଭାଗ ଜବତ କରିଛି। ତେବେ ଜବତ କାଠ ୪୦ ସିଏଫ୍ଟି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୮୦୦୦ ଟଙ୍କା ବୋଲି ରେଞ୍ଜର ଶ୍ରୀଯୁକ୍ତ ଜଗଦଳା ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବ ରାତ୍ରୀରେ ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲ ଠାରେ  ପିକପ ଯୋଗେ ମୂଲ୍ୟବାନ ବିଜା କାଠ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା,ବନପାଳ ସରୋଜ କୁମାର ସାହୁ,ଚିନ୍ମୟୀ ମହାପାତ୍ର,ସ୍କ୍ୱାର୍ଡ ମାଧବ ଖର୍ସେଲ,ରଞ୍ଜନ ଭଏସା,ମାନ ଠେଠୁଆ ପ୍ରମୁଖ  ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକଅପ ଗାଡ଼ିକୁ ଜବତ କରିଥିବା ବେଳେ ଅନ୍ଧାର ରାତି ଓ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଡ଼୍ରାଇଭର ସମେତ ଅନ୍ୟ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ଉକ୍ତ ଗାଡିକୁ ପଦ୍ମପୁର ରେଞ୍ଜ କର୍ଯ୍ୟଲକୁ ଆଣିଥିବା ବେଳେ ଗାଡି ମାଲିକକୁ ଚିହ୍ନଟ କରି ଏକ ମାମଲା ରୁଜୁ କରାଯାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ରେଞ୍ଜର ସୂଚନା ଦେଇଛନ୍ତି ।

Recent Comments

Leave Comments

Top