logo
add image
ଶ୍ୱେତପଦ୍ମା ସାହିତ୍ୟ ଓ ସେବା ସଂସଦର ଚତୁର୍ଥ ବାର୍ଷିକ ସାରସତ୍ଵ ସମାରୋହ ।

ଶ୍ୱେତପଦ୍ମା ସାହିତ୍ୟ ଓ ସେବା ସଂସଦର ଚତୁର୍ଥ ବାର୍ଷିକ ସାରସତ୍ଵ ସମାରୋହ ।

ବେଗୁନିଆ/ଖୋର୍ଦ୍ଧା/୧୭/୦୩/୨୦୨୫/ଆଧାର ମିଡ଼ିଆ//ରିପୋର୍ଟ- ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ ଓ ସେବା ସଂସଦ ଆନୁକୁଲ୍ୟରେ ଚତୁର୍ଥ ବାର୍ଷିକ ସାରସତ୍ଵ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ର କାନନରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି ।ଏଥିରେ କବି ଲକ୍ଷ୍ମୀଧର ମହାପାତ୍ର ମଙ୍ଗଳାଚରଣ ପାଠ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶ୍ୱରୁପା ପଣ୍ଡା ଓ ଭବାନୀ ପ୍ରଧାନ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ରୂପେ ବରିଷ୍ଠ ପରିଚାଳକ ଖଣି ନିଗମ, ଓଡ଼ିଶା ଓ ସଭାପତି ମା ଶାରଳା ସାହିତ୍ୟ ଓ ସଂସ୍କୃତି ପରିଷଦ ମାହାଙ୍ଗା ଇଂ ଭରତ ଚରଣ ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ସୁ ସାହିତ୍ୟିକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରୀପାଠୀ. ସମ୍ମାନିତ ଅତିଥି ଭାବେ ସଂପାଦକ,ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଶେଖ୍ ଅବଦୁଲ୍ ଖାଲିକ୍ ଯୋଗଦେଇ ସାହିତ୍ୟ ଓ ସେବା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁଠାରୁ ଉର୍ଦ୍ଧରେ ରହି ମାନବ ସେବା ହିଁ ଈଶ୍ୱର ସେବା ବୋଲି ମତ ପୋଷଣ ଦେଇଥିଲେ।
 ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ରକ୍ତଦାନ, ଗୋ ସୁରକ୍ଷା, ପଶୁ ମାନଙ୍କ ପାଇଁ ଜଳକୁଣ୍ଡ ଓ ଖାଦ୍ୟ ବ୍ୟବସ୍ଥା, ଅଚିହ୍ନା ଲୋକର ଶବ ସତ୍କାର କରୁଥିବା ଓ ସୁଲେଖକ ସାହିତ୍ୟିକ ରାମଚନ୍ଦ୍ର ସାହୁ,ପ୍ରଶାନ୍ତ କୁମାର ସାହୁ ,ଭବାନୀ ପ୍ରଧାନ, ଫକୀର ଚରଣ ସାହୁ,ଦିବ୍ୟଲୋଚନ ଭାରିମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ସୋମନାଥ ସାହୁ, ଶ୍ରୀକୁମାର ସାହୁ, ଲକ୍ଷ୍ମୀଧର ମହାରଣା, ସମାଜ ସେବୀ ବାସୁଦେବ ବେହେରା, ମନୋଜ ମହାପାତ୍ର , କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗୋପୀ ଗପବାଲା ଭାବେ ପରିଚିତ  ଶ୍ରୀଯୁକ୍ତ ଗୋପୀନାଥ ସେଠୀ ମଞ୍ଚ ପରିଚାଳନା କରିଥିଲା ବେଳେ  ସୁସାହିତ୍ୟିକା ନିଳୀମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

 

 

Recent Comments

Leave Comments

Top