logo
add image
ଡାକବିଭାଗ ଦ୍ୱାରା ଗ୍ରାମ୍ୟ ଡାକମେଳା ଅନୁଷ୍ଠିତ।

ଡାକବିଭାଗ ଦ୍ୱାରା ଗ୍ରାମ୍ୟ ଡାକମେଳା ଅନୁଷ୍ଠିତ।

ବୋଲଗଡ/ଖୋର୍ଦ୍ଧା୧୮/୦୩/୨୦୨୫/(ଆଧାର ମିଡ଼ିଆ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ହରିହର ବିଦ୍ଯାପୀଠ ପରିସରରେ ଭାରତ ସରକାରଙ୍କର ଡାକବିଭାଗ ଦ୍ବାରା ଗ୍ରାମ୍ୟ ଡାକମେଳା ଅନୁଷ୍ଠିତ ହୋଇଅଛି । ଅସରଳା ଗ୍ରାମ୍ୟ ପୋଷ୍ଟ ଅଫିସର ମୁସ୍ଲାନ ସବାନା ପରଓ୍ବିନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଡାକଘର ମିଲନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଭାରତୀୟ ଡାକ ପ୍ରଶାସନିକ ଅଧିକାରୀ ବିଷ୍ଣୁ ରାଜ ଓ ଭୁବନେଶ୍ୱର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢୀ, ମୁଖ୍ୟ ଗ୍ରାମ୍ୟ ଡାକ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତାଭାବେ ସହକାରୀ ଡାକ ଅଧିକ୍ଷକ ଦେବଦତ୍ତ ଜେନା ଉପସ୍ଥିତରହି ଭାରତ ସରକାରଙ୍କର ଗ୍ରାମାଞ୍ଚଳ ଲୋକମାନଙ୍କର ଆର୍ଥିତ ସଞ୍ଚୟ କରିବା ସହିତ ଡାକ ବିଭାଗର ନୂତନ ଆଧାର ,ଆଧାର ସଂଶୋଧନ ,ମୋବାଇଲ୍ ଲିଙ୍କ ,ସୁକନ୍ୟା ,ସ୍ଥାୟୀଜମା ,ବିଭିନ୍ନ ପ୍ରକାର ଯୋଜନା ,ଗ୍ରାମ୍ୟ ପୋଷ୍ଟ ଅଫିସରୁ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଟଙ୍କା ଓ ସରକାରଙ୍କର ବିଭିନ୍ନ ଯୋଜନାର ସହାୟତା ରାଶି ମଧ୍ୟ ପାଇପାରିବେ, ଲୋକମାନଙ୍କୁ ଗ୍ରାମ୍ୟ ପୋଷ୍ଟ ଅଫିସରେ ପାସ ବହି ଖୋଲିବା ପାଇଁ ପରାମର୍ଶ ଦେଇଥିଲେ। ଲୋକମାନେ କିଭଳି ଅଧିକ ସଞ୍ଚୟ କରି ନିଜ ଗାଁ ପୋଷ୍ଟଅଫିସ ରେ ଅଧିକ ଜମା ରଖିବା ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଡାକ ବିଭାଗ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ସହିତ ବିଭିନ୍ନ ବୀମା ଉପରେ କମ୍ ଟଙ୍କା ପ୍ରିମିୟମ ଦେଇ ଅଧିକ ସୁବିଧା ସୁଯୋଗ ପାଇପାରିବେ ବୋଲି ଅଧିକ୍ଷକ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଥିଲେ ଗ୍ରାମାଞ୍ଚଳ ବୟସ୍କ ବ୍ୟକ୍ତି , ଯୁବ ସମାଜ ଓ ମହିଳା ଯୋଗଦେଇଥିଲେ ଏଥି ସହିତ ଡାକ ବିଭାଗର ବିଭିନ୍ନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।ସର୍ବଶେଷରେ ସୁଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିପନ୍ନ ମହାଭୋଇ, ପ୍ରଶାନ୍ତ ପାଇକରାୟ, ଲିଙ୍ଗରାଜ ମହାପାତ୍ର ଓ ମିଲନ ସାହୁ ସହଯୋଗ କରିଥିଲେ।

Recent Comments

Leave Comments

Top