ଭବାନୀପାଟଣା/୧୯/୦୩/୨୦୨୫/ (ଆଧାର ମିଡ଼ିଆ)-ଚୋରି ତାପରେ ହେମଜୋରୀ.ସବୁଦିନ ଅନ୍ଧାର ନ ଥିବ.ଦିନେନାଦିନେ ଆଲୁଅ ହେବ ଏ କଥା ବୋଧେ ଚୋରମାନେ ସବୁବେଳେ ଭୁଲି ଯାଇଥାନ୍ତି.ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କ୍ଷ୍ୟୁଦ୍ର ଜଳସେଚନ ବିଭାଗରେ. କଳାହାଣ୍ଡିଜିଲ୍ଲା କ୍ଷ୍ୟୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକ ଟେଣ୍ଡର ଜାଲିଆତି ଅଭିଯୋଗରେ ଛନ୍ଦିହୋଇ ଚାକିରିରୁ ନିଲମ୍ବିତ ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ । ଏହି ଖବର ବ୍ୟାପକ ଭାବେ କେମିତି ପ୍ରଘଟ ନହେବ ଏବଂ ଏହାକୁ କିପରି ଗୁପ୍ତ ରଖାଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଚୋରି କରିବ ଧରାପଡ଼ିବା ଭୟରେ ଲଙ୍ଗୁର ପାଙ୍ଗୁର ହେବ ଏଟା କିପ୍ରକାର କଥା. ଏହି କରିତ କର୍ମା ବାବୁଙ୍କ ବିରୋଧରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା .କିନ୍ତୁ ଶେଷରେ ବିଡ ନମ୍ବର ୦୩/୨୦୨୪-୨୫ ୧୦ ଗୋଟି କାର୍ଯ୍ୟପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ଜାଲିଆତି ସମ୍ପୃକ୍ତି ଅଭିଯୋଗରେ ବିଭାଗୀୟ ଉଚ ପଦସ୍ତ ଅଧିକାରୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜଗନ୍ନାଥ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ଏହି ସୌଖିନ ବାବୁଜଣକ ଭବାନୀପାଟଣା କ୍ଷ୍ୟୁଦ୍ର ଜଳସେଚନ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀଭାବେ କାର୍ଯ୍ୟରେ ଯୋଗଦେବା ପରେ ପରେ ପ୍ରଥମେ ନିଜର ବାସଭବନ ଏବଂ କାର୍ଯ୍ୟାଳୟ ଚାମ୍ବରକୁ ମରାମତି କରିବା ବାହାନାରେ ଅଯଥାରେ ସରକାରୀ ଅର୍ଥକୁ ବର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ। ବାବୁ ଜଣକ ସ୍ୱଚନା ଅଧିକାର ଆଇନୀକୁ ମଧ୍ୟ ପାଦରେ ମଳି ମକଚି ଧୂଳିସାତ କରୁଥିଲେ। କାର୍ଯ୍ୟର ସ୍ୱଚ୍ଛତା ତଥା ସାଧାରଣ ଜନତାଙ୍କ ଜାଣିବାର ଅଧିକାର ପାଇଁ ସୂଚନା ଅଧିକାର ଆଇନୀ ୨୦୦୫ ରୁ କାର୍ଯ୍ୟକାରୀ ହୋଇଆସୁ ଥିଲେହେଁ ଏହିବାବୁ ସବୁବେଳେ ସୂଚନା କର୍ମୀଙ୍କୁ ଭୁଆଁ ବୁଲାଇ ଅନ୍ଧାରରେ ରଖି ସୂଚନା ଅଧିକାର ଆଇନୀକୁ ଖୋଲା ଖୋଲି ଉଲଂଘନ କରିବା ସହ ବାଟବଣା କରୁଥିଲେ ।
ଯେକୌଣସି ସରକାରୀ ତଥ୍ୟକୁ ନିଜର ବ୍ୟକ୍ତିଗତ ଗୋପନୀୟ ତଥ୍ୟ ପ୍ରଦାନ କରିହେବ ନାହିଁ କହି ସୂଚନା ଅଧିକାର ଆଇନୀ ଧାରା ୮(୧)(ଜ )ର ଅପବ୍ୟବହାର କରିଆସୁଥିଲେ । ଯାହାକୁ ନେଇ ସୂଚନାକର୍ମୀ ନିଜର ଅଶୋନ୍ତୋଶ ବ୍ୟକ୍ତ କରିବା ସହ ସୂଚନା ପାଇବାରୁ ବଞ୍ଚିତ ହୋଇ ନିରାଶ ହେଉଥିଲେ। ଅନ୍ୟ ପଟେ ସୂଚନା କର୍ମୀଙ୍କୁ ସୂଚନା ପ୍ରଦାନକଲେ କାଳେ ଦୁର୍ନୀତି ପଦାରେ ପଡିଯିବା ଭୟରେ ସୂଚନାକୁ ଗୁପ୍ତ ରଖିବାକୁ ପ୍ରୟାଶ କରୁଥିଲେ।ଏହି ବାବୁ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଆଜିପର୍ଯ୍ୟନ୍ତ ଯେତେଗୋଟି ଟେଣ୍ଡର ଏବଂ ନନ ଟେଣ୍ଡର କାର୍ଯ୍ୟ ହୋଇଛି ତାହା ଭିଜିଲାନସ ତଦନ୍ତ ପରିସର ଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ସାଧାରଣରେ ଦାବି ହେଉଛି।
Recent Comments