ରେଢ଼ାଖୋଲ/୧୯/୦୩/୨୦୨୫/(ଆଧାର ମିଡ଼ିଆ// ଭିକାରି ପ୍ରଧାନ)-ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦର ନିଆର କାର୍ଯ୍ୟକ୍ରମ ବଡାଖାନା ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟନାରାୟଣ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ ପ୍ରମୁଖ ମଂଚାସୀନ ଥିଲେ | ଉପସ୍ଥିତ ଅତିଥିମାନେ ବକ୍ତବ୍ୟରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ବହୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ | ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ହେଲେ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ | ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅତିଥି ମାନେ ଅନୁରୋଧ କରିଛନ୍ତି | ଖୁବ ଶୀଘ୍ର ରେଢ଼ାଖୋଲ ସହରରେ ଲୋକେ ଚାଖଟିରେ ମାଟି ପାତ୍ରରେ ଚା ପିଇବେ | ସେଥିପାଇଁ ପ୍ରସ୍ତୁତି କରାଯାଉଛି ବୋଲି ଏନଏସି ଅଧ୍ୟକ୍ଷ ଶିବରାମ ସାହୁ କହିଛନ୍ତି | ସେଥିପାଇଁ ବଡା ଖାନା କାର୍ଯ୍ୟକ୍ରମ ସଫେଇ କର୍ମଚାରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ହୋଇଥିବାରୁ ସମସ୍ତ କର୍ମଚାରୀ ଙ୍କୁ ଅତିଥି ମାନେ ଫୁଲତଡା ଦେଇ ସ୍ୱାଗତ କରିବା ସହିତ ନିଜ ହାତରେ ସଫେଇ କର୍ମଚାରୀଙ୍କ ନିମନ୍ତେ ଖାଦ୍ୟ ପରସିବା ପରେ ଅତିଥି ମାନେ ଖାଇ ଥିଲେ | ସଭାକୁ ଅମିତାଭ ପାଣିଗ୍ରାହୀ ପରିଚାଳନା କରିଥିଲେ |
Recent Comments