logo
add image
 ପ୍ରାଣୀସମ୍ପଦ ବିଭାଗ ତରଫରୁ ସଚେତନତା ସଭା ଅନୁଷ୍ଠିତ..

ପ୍ରାଣୀସମ୍ପଦ ବିଭାଗ ତରଫରୁ ସଚେତନତା ସଭା ଅନୁଷ୍ଠିତ..

ରେଢ଼ାଖୋଲ/ସମ୍ବଲପୁର/୧୯/୦୩/୨୦୨୫/(ଆଧାର ମିଡ଼ିଆ //ଭିକାରି ପ୍ରଧାନ) ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା ଆନୁକୂଲ୍ୟରେ ଆଜି ରେଢ଼ାଖୋଲ ଗୋଷ୍ଠି ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ଠାରେ ଗୃହପାଳିତ ପ୍ରାଣୀ ଓ ପକ୍ଷୀ ମାନଙ୍କର ସଂକ୍ରାମକ ରୋଗ ଓ ଏହାର ନିରାକରଣ ସମ୍ବନ୍ଧରେ ବ୍ଲକ ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଚେତନତା ସଭାରେ ରେଢ଼ାଖୋଲ ବ୍ଲକ ଅଞ୍ଚଳରୁ ମୋଟ ୪୦ ଜଣ ଚାଷୀ ଯୋଗ ଦେଇଥିଲେ | ଏହି ସଚେତନତା ସଭାରେ ଚାଷୀ ମାନଙ୍କୁ ଗୃହପାଳିତ ବିଭିନ୍ନ ପଶୁ ଓ ପକ୍ଷୀଙ୍କ ସଂକ୍ରାମକ ରୋଗ ଓ ଏହାର ନିରାକରଣ ବାବଦରେ ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ବିସ୍ତୃତ ଭାବେ ବୁଝାଇ ଥିଲେ | ଏହି ସଚେତନତା ସଭାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ସତ୍ୟ ନାରାୟଣ ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ରୁବିରାଣୀ ଦାସ ଓ ଡ଼. ଦିବ୍ୟ ଜ୍ୟୋତିର୍ମୟୀ ବେହେରା, ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଶୁଭ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ |

Recent Comments

Leave Comments

Top