logo
add image
ବୋଲଗଡ଼ ରତ୍ନ ସ୍ବର୍ଗତ କୃଷ୍ଣମୋହନ ପାଲଟାସିଂହଙ୍କ ସ୍ମୁତି ଚାରଣ ସଭା ।

ବୋଲଗଡ଼ ରତ୍ନ ସ୍ବର୍ଗତ କୃଷ୍ଣମୋହନ ପାଲଟାସିଂହଙ୍କ ସ୍ମୁତି ଚାରଣ ସଭା ।

ବୋଲଗଡ଼/ଖୋର୍ଦ୍ଧା/୧୯/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ ସ୍ୱାଇଁ )-ବୋଲଗଡ଼ ଅଂଚଳର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବୋଲଗଡ଼ ରତ୍ନ ସ୍ବର୍ଗତ କୃଷ୍ଣମୋହନ ପାଲଟାସିଂହଙ୍କ ଦ୍ଵାଦଶହ ଅବସରରେ ବୋଲଗଡ଼ ସଦର ମହକୁମାସ୍ଥ ନିଜ ବାସଭବନ ଠାରେ ବୁଧବାର ସନ୍ଧ୍ୟାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଏହି ଅଂଚଳର ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସଭାପତିତ୍ବରେ ପୁର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ , ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, କଂଗ୍ରେସ ନେତା ପୃଥିବୀ ବଲ୍ହଵ ପଟ୍ଟନାୟକ , ଜୟଶ୍ରୀ ପଟ୍ଟନାୟକ , ସଦାଶିବ ମହାପାତ୍ର ,ବିଜେପି ନେତା ପ୍ରକାଶ ଚନ୍ଦ୍ର ରାନବିଯୁଳି ,ରବୀନ୍ଦ୍ର କୁମାର ସୁବୁଦ୍ଧି ,ଦେବରାଜ ସେନାପତି ,ରଘୁନାଥ ଷଡ଼ଙ୍ଗୀ ,ଶିକ୍ଷାବିତ୍ ହରିବନ୍ଧୁ ସାହୁ, ବୈକୁଣ୍ଠ ମହାରଣା , କାଳୀଚରଣ ଜୟସିଂହ ,ସୁମନ୍ତ ଛୋଟରାୟ ,ଲୁସି ମହାପାତ୍ର ,ଗୋପୀନାଥ ଖାଡ଼ଙ୍ଗା ,ଆୟିନିଯିବି ପ୍ରଫୁଲ୍ଲ ମହାନ୍ତି ,ବିଜୟ ସାମନ୍ତସିଂହାର , ଆରିଫୁଡ଼ିନ ଖାଁ ,ଅମିୟ ପଟ୍ଟନାୟକ ,ପ୍ରଭୋଞ୍ଜନ ଜେନା ,ପ୍ରଦୀପ୍ତ ପ୍ରସାଦ ରାମ ,ଗୌରୀ ଦେବୀ , ସମାଜସେବୀ ବୁଲୁ ସାହୁ ,ଗଦାଧର ଚମ୍ପତି, ଧିରେଶ ମହାପାତ୍ର ,ସ୍ଥାନୀୟ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ପ୍ରମୁଖ ସ୍ମୁତି ଚାରଣ ସଭାରେ ସ୍ବର୍ଗତ ପାଲଟାସିଂହଙ୍କ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ ।ଏହି  ସ୍ମୁତି ସଭାରେ କବି ସାହିତ୍ୟିକ ଶ୍ରୀକାନ୍ତ ନାୟକ , ଅଖିଳେଶ ମହାପାତ୍ର , ସଂଯୋଜନା କରିଥିବା ବେଳେ ସ୍ବର୍ଗତ ପାଲଟା ସିଂହଙ୍କ ବଡ଼ ପୁତ୍ର ବଜେନ୍ଦ୍ର କୁମାର ପାଲଟା ସିଂହ ସ୍ବାଗତ ଭାଷଣ ଦେଇଥିଲେ। କନିଷ୍ଠ ପୁତ୍ର ରାଜେନ୍ଦ୍ର କୁମାର ପାଲଟା ସିଂହ ଧନ୍ୟବାଦ୍ ଦେଇଥିଲେ । ଏହି ସଭାକୁ ମନୋଜ କୁମାର ପଣ୍ଡା ଓ ଅବିନାଶ ସୁବୁଦ୍ଧି ଭଜନ ପରି ବେଷଣ କରିଥିଲେ ।

 

Recent Comments

Leave Comments

Top