logo
add image
ପ୍ଲାଷ୍ଟିକ ବର୍ଜନ ନିମିତ୍ତ କର୍ମଶାଳା ଆୟୋଜିତ

ପ୍ଲାଷ୍ଟିକ ବର୍ଜନ ନିମିତ୍ତ କର୍ମଶାଳା ଆୟୋଜିତ

ବାଲିଗୁଡା/୨୧/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୟୁଥ ଏବଂ ଇକୋ କ୍ଲବ ଓ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଉଦ୍ୟମରେ ପରିବେଶ ସୁରକ୍ଷା ତଥା ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ନିମିତ୍ତ କର୍ମଶାଳା ଆୟୋଜିତ ହୋଇଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥ‌ିବା ଏହି କାର୍ଯକ୍ରମରେ ଭୁବନେଶ୍ବରସ୍ଥିତ ପରିବେଶ ଅଧ୍ୟୟନ କେନ୍ଦ୍ର ତରଫରୁ ପ୍ରକଳ୍ପ ଅଧିକାରୀ ମୋହନ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ତଥା ପରିବେଶକୁ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଶପ‌ଥ ପାଠ କରାଇଥିଲେ । ଏ ନେଇ ବିଦ୍ୟାଳୟ ପରିସରରୁ ପ୍ଲା କାର୍ଡ ଧରି  " ପ୍ଲାଷ୍ଟିକ ହଟାଅ, ଧରଣୀ ବଞ୍ଚାଅ" ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଜନତାଙ୍କୁ ପ୍ଲାଷ୍ଟିକର ବ୍ୟବହାରକୁ କମାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ଗ୍ରାମବାସୀ,ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟଗଣ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା, ବାମଚନ୍ଦ୍ର ପ୍ରଧାନ, ଦିବ୍ୟସିଂ ପ୍ରଧାନ, ଦୀପକ କୁମାର କହଁର, ଅପର୍ଣ୍ଣା ନାୟକ ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।     

Recent Comments

Leave Comments

Top