କାକଟପୁର/୨୨/୩/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) ରାଜ୍ୟରେ ହେଉଥିବା ଅଦିନିଆ ବର୍ଷା ସମୟରେ ବିଜୁଳି ଘଡଘଡି ଲାଗିରହିଥିଲା, ଯାହାର ପ୍ରଭାବରେ ଅସ୍ତରଙ୍ଗ ବ୍ଲକରେ ଜଣେବ୍ୟକ୍ତି ବିଶେଷଙ୍କ ଘର ଛାତ ଫାଟିବା ସହ ଅନ୍ୟ ଏକ ସ୍ଥାନରେ ଚରୁଥିବା ଅବସ୍ଥାରେ ଗୋଟେ ମଇଁଷି ମୃତ୍ୟୁବରଣ କରିଛି ।ଶନିବାର ମଧ୍ୟାହ୍ନ ସମୟରେ ଅଦିନିଆ ବର୍ଷା ଓ ପ୍ରବଳ ବିଜୁଳି ଘଡଘଡି ଯୋଗୁ ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମର କଳ୍ପନା ବେହେରାଙ୍କ ଘର ଉପରେ ଚଡ଼ଚଡ଼ି ପଡି ତାଙ୍କଘରର ଛାତଫାଟି ଯାଇଥିବା ବେଳେ ଠିକ ସେହି ସମୟରେ ଝାଡଲିଙ୍ଗ ଗ୍ରାମର ସନ୍ତୋଷ ବେହେରା ତାଙ୍କ ଗ୍ରାମ ନିକଟରେ ମଇଁଷି ଚରାଉଥିବା ବେଳେ ବଜ୍ରପାତ ହୋଇଥିଲା ଯାହାକି ଫଳରେ ତାଙ୍କର ଗୋଟେ ମଇଁଷି ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି,କିନ୍ତୁ ସୌଭାଗ୍ୟର କଥା ମଇଁଷି ପାଖରେ ଉପସ୍ଥିତ ଥିବା ସନ୍ତୋଷ ବେହେରା ଏହି ବିଜୁଳି ଆଘାତ ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏବେ ଉଭୟଙ୍କୁ ସରକାରଙ୍କ ତରଫରୁ ସରକାରୀ ସହାୟତା ରା଼ଶୀ ପ୍ରଦାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି
Recent Comments