logo
add image
 ରେଙ୍ଗାଲି ଧର୍ମଶାଲାରେ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ରେଙ୍ଗାଲି ଧର୍ମଶାଲାରେ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ରେଙ୍ଗାଲି/ସମ୍ବଲପୁର/୨୨/୦୩/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ହରିହର ଧର୍ମଶାଲା ରେ ଆଜି ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l  ସର୍ବଦଳୀୟ ଜନସାଧାରଣ, ସ୍ବର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ଏବଂ ତାଙ୍କ ଫୋଟୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥିରେ ପୂର୍ବତନ ରେଙ୍ଗାଲି ବିଜେପି ବିଧାୟକ ନାଉରି ନାୟକ,ପୂର୍ବତନ ରେଙ୍ଗାଲି କଂଗ୍ରେସ ବିଧାୟକ ଦୁର୍ଯୋଧନ ଗାର୍ଡିଆ ସମେତ ଅନେକ ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତି ଯୋଗ ଦେଇଥିଲେ l ରେଙ୍ଗାଲି ଅଞ୍ଚଳରେ ସ୍ୱର୍ଗତ ପ୍ରଧାନ ଙ୍କ ଭୂମିକା କଣଥିଲା, ତାକୁ ମନେ ପକାଇଥିଲେ ଅନେକ ଭଦ୍ରବ୍ୟକ୍ତି। ଡକ୍ଟର ଦେବେନ୍ଦ୍ର ପ୍ରଧାନ ରେଙ୍ଗାଲି ମାଟିପାଇଁ ଯାହା କରିକି ଯାଇଛନ୍ତି ତାହା ଅତୁଳନୀୟ ବୋଲି ମଧ୍ୟ ରେଙ୍ଗାଲି ଜନସାଧାରଣ ମତବ୍ୟକ୍ତ କରିଛନ୍ତି l

Recent Comments

Leave Comments

Top