logo
add image
ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଣିହାଁ/୨୩/୦୩/୨୦୨୫/(ଆଧାର ମିଡ଼ିଆ)-ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବିଦିଗୋଳର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଜିଗୋଳ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଉପସ୍ଥିତ ପୂର୍ବତନ ଶିକ୍ଷକ ବ୍ରୁନ୍ଦ, ବିଦ୍ୟାଳୟର ପ୍ରତିଷ୍ଠାତାମାନଙ୍କ ପରିବାରର ସଦସ୍ୟ, ବିଭିନ୍ନ ଗ୍ରାମର ସଭାପତି ସଂପାଦକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ମ୍ରୁତ ବିଦ୍ୟାଳୟର ପ୍ରତିଷ୍ଠାତା, ଶିକ୍ଷକ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ଏହି ବୈଠକରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ପରମାନନ୍ଦ ମହାପାତ୍ର, ନିରଞ୍ଜନ ମହାପାତ୍ର, ଗୁରୁଚରଣ ସାହୁ, ଯୋଗେଶ୍ୱର ପ୍ରଦାନ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ପାଣି, ନିର୍ଭୟ କୁମାର ପାଣି,ବିଜିଗୋଳ ଗ୍ରାମ ସଭାପତି ଶଶାଙ୍କ ଶେଖର ପାଣି, ଗଦାଶିଳା ସରପଞ୍ଚ ବ୍ରୁନ୍ଦାବନ ପ୍ରଧାନ, ବିଜିଗୋଳ ସରପଞ୍ଚ ରୁକ୍ମିଣୀ ପ୍ରଧାନ, ଦଣ୍ଡସିଂହା ଗ୍ରାମ ସଭାପତି ଜଳଧର ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଗଠନମୂଳକ ପରାମର୍ଶ ଦେଇ ମାର୍ଗଦର୍ଶ କରାଇ ଉତ୍ସାହ ପ୍ରଦାନ କରିଥିଲେ।
ଏହି ବୈଠକରେ ଆଖପାଖ ୨୩ଟି ଗ୍ରାମର ସଭାପତି ଓ ସଂପାଦକ ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ମତପୋଷଣ କରିବା ସହିତ ଉତ୍ସାହ ପ୍ରଦାନ କରିଥିଲେ। ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଭାପତି ରଞ୍ଜନ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଂପାଦକ ଦତ୍ତ କୁମାର ସିଂ ଅଦ୍ଯାବଧି ଅନୁଷ୍ଠିତ ହୋଇଥିବା ବିଭିନ୍ନ ବୈଠକ, ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋକପାତ କରିଥିଲେ।   ସହ ସଂପାଦକ ଅମରେନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସଂଯୋଜକ ସୁନିଲ କୁମାର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ଜୁଲାଇ ୧ ତାରିଖରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜିଗୋଳ ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମସ୍ତ ପୁର୍ବତନ ଛାତ୍ରଛାତ୍ରୀ ମାନେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଏହି ବୈଠକରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଆହ୍ୱାନ ଦେଇଥିଲେ।

Recent Comments

Leave Comments

Top