କଣିହାଁ/୨୩ /୦୩/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ଥାନାରେ ନୂତନ ଆଇଆଇସି ଭାବେ ରମଣୀ ରଞ୍ଜନ ଦଳେଇ ଯୋଗଦାନ କରିଛନ୍ତି I ସେ ବିଧିବଦ୍ଧ ଭାବେ ପୂର୍ବରୁ ଦାୟିତ୍ୱରେ ଥିବା ମନୋଜ ପ୍ରଧାନଙ୍କ ଠାରୁ ଦାୟିତ୍ୱଭାର ଗ୍ରହଣ କରିଥିଲେ I ସେ ପୂର୍ବରୁ ଅନୁଗୋଳ ଜିଲ୍ଲାର ମୂଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ I କଣିହାଁ ଥାନାରେ ଥିବା ଆଇଆଇସି ମନୋଜ ପ୍ରଧାନଙ୍କ ଜରପଡା ଥାନାକୁ ବଦଳି ହୋଇଥିବା ଜଣାପଡିଛି I କଣିହାଁ ଥାନା ଅଞ୍ଚଳବାସୀଙ୍କୁ ଉପଯୁକ୍ତ ନ୍ୟାୟ,ଦେବା ସହିତ କୋଇଲା କଳାବଜାରୀ ରୋକିବା ସହିତ ମଦମାଫିଆ ବାଲି ମାଫିଆଙ୍କୁ ସାବାଡ଼ କରିବା ଓ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରିବାର ମୂଳଲକ୍ଷ ବୋଲି ନୂତନ ଆଇଆଇସି ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି I
Recent Comments