ସୁବର୍ଣ୍ଣପୁର/୨୩/୦୩/୨୦୨୫/(ଆଧାର ମିଡ଼ିଆ) ସୋନପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସଂସ୍କୃତ ବିଭାଗର ପୂର୍ବତନ ଛାତ୍ରୀ ତଥା ବଉଦ ଜିଲ୍ଲା କଣ୍ଟାମାଳ ସ୍ଥିତ ମକଡିଆପଦର ଗ୍ରାମର ପ୍ରମୋଦ କୁମାର ପାତ୍ର ଏବଂ ସୁଚିତ୍ରା ପାତ୍ରଙ୍କ ପୂତ୍ରୀ ସୁଶ୍ରୀ ଶୁଭଶ୍ରୀ ପାତ୍ର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ତିରୁପତିରୁ ସଂସ୍କୃତ ବିଷୟରେ ପରାସ୍ନାତକ ତଥା ଆଚାର୍ଯ୍ୟ (M.A) କରି ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଲାଭକରିଛନ୍ତି। ସେ ପୂର୍ବରୁ ମଧ୍ୟ ଜଣେ ମେଧାବୀ ଛାତ୍ରୀଥିଲେ। ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ମଧ୍ୟ +୩ ରେ ସଂସ୍କୃତରେ ଟପ୍ ଟେନ୍ ରେଙ୍କରେ ରହିଥିଲେ। ବର୍ତମାନ ସେ ଦିଲ୍ଲୀରେ ବି.ଏଡ କରୁଛନ୍ତି। ସେ ଏହାର ସମସ୍ତ ଶ୍ରେୟ ତାଙ୍କ ବାପା ଏବଂ ମା ତଥା ପରିବାର ବର୍ଗଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଶିକ୍ଷୟତ୍ରୀ ହେବାପାଇଁ ଆଶା ରଖିଛନ୍ତି।
Recent Comments