logo
add image
ଭୀମ ଭୋଇ ଏକାଡେମୀ ପକ୍ଷରୁ ମହିମା ଗୋସାଇଁ ଓ ଭୀମ ଭୋଇ ଙ୍କ ଆଲୋଚନା ଚକ୍ର

ଭୀମ ଭୋଇ ଏକାଡେମୀ ପକ୍ଷରୁ ମହିମା ଗୋସାଇଁ ଓ ଭୀମ ଭୋଇ ଙ୍କ ଆଲୋଚନା ଚକ୍ର

ରେଢ଼ାଖୋଲ,୨୩/୦୩(ଆଧାର ମିଡ଼ିଆ)ମହିମା ଧର୍ମ ଜାତିଗତ ଭେଦଭାବ ଓ ସାମାଜିକ ଅସମାନତାର ବିରୋଧୀ।ଏହା ସମସ୍ତ ମନୁଷ୍ୟଙ୍କୁ ସମାନ ମନେକରେ ଏବଂ ସମାଜରେ ସମତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ ବୋଲି ସନ୍ଥକବି ଭୀମଭୋଇ ଏକାଡେମୀ ପକ୍ଷରୁ ‘ମହିମା ଗୋସେଇଁ ଓ ଭୀମ ଭୋଇ’ ସମ୍ପର୍କିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ରବିବାର ରେଢ଼ାଖୋଲ ଜିସି ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଦେବରଞ୍ଜନଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବୃତ୍ତଚିତ୍ର ‘ଅରୂପ ରୂପ’ ପ୍ରଦର୍ଶିତ ହୋଇଥିଲା।ମହିମା ଧର୍ମର ଦୁଇ ଅଗ୍ରଦୂତଙ୍କ ଆଧ୍ୟାତ୍ମିକ ଓ ପରିବର୍ତ୍ତନକାମୀ ଯାତ୍ରାର ଗତିପଥକୁ  ତୋଳିଧରିବା ସହ ଆନ୍ଦୋଳନରେ ଦେଖା ଦେଇଥିବା ପରିବର୍ତ୍ତନକୁ ଏହି ବୃତ୍ତଚିତ୍ରରେ ସୁନ୍ଦର ଭାବେ ଦର୍ଶାଯାଇଛି।ସନ୍ଥକବି ଭୀମଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ, ଦେବରଞ୍ଜନ,ସନ୍ତୋଷ ରଥ,ବିଜୟ ମହାନ୍ତି,ମମତା ପାତ୍ର,ମହାବୀର ସିଂଦେଓ,ମେଘନାଦ ରାଉଳ,ମଞ୍ଜୁମାତା ପ୍ରମୁଖ ଉପସ୍ଥିତ ଥିଲେ।ଚନ୍ଦ୍ରହାସ୍ୟ ପ୍ରଧାନ, ଆଦିକନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Recent Comments

Leave Comments

Top