logo
add image
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଦେବଗଡ଼,୨୪/୦୩(ଆଧାର ମିଡ଼ିଆ//ରିପୋର୍ଟ-ପ୍ରତାପ କିଶୋର ନାୟକ)ଦେବଗଡ଼ ଜ଼ିଲ୍ଲା ବାରକୋଟ ବ୍ଲକ ରମ୍ଭେଇ ଗ୍ରାମପଂଚାୟତ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୩୪ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୧୪ଟି ବ୍ୟକ୍ତିଗତ ଏବଂ ୨୦ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି ।ବିଶେଷ କରି ରାସ୍ତା ସମସ୍ୟା,ବିଦ୍ୟୁତ ସମସ୍ୟା,ଶ୍ରେଣୀ ଗୃହ ମରାମତି,କେନାଲ ମରାମତି,ନଳକୂପ ମରାମତି ଉପରେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା।ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଶିବିରରେ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସ,ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାରକୋଟ ସିଦ୍ଧେଶ୍ବର ନାୟକ,ଡେପୁଟି କଲେକ୍ଟର ଏଜଲୀନ ବାରା,ସହକାରୀ ଜ଼ିଲ୍ଲାପାଳ ହେମନ୍ତ ସିଂ,ଅତିରିକ୍ତ ତହସିଲଦାର ବବୁରୁ ବାହନ ଦତ୍ତ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
 

Recent Comments

Leave Comments

Top