logo
add image
ମଞ୍ଚରେ ଅଭିନୟ ସମୟରେ ମନ୍ଥରାଙ୍କ ମୃତ୍ୟୁ-ନାଟକ ବନ୍ଦ

ମଞ୍ଚରେ ଅଭିନୟ ସମୟରେ ମନ୍ଥରାଙ୍କ ମୃତ୍ୟୁ-ନାଟକ ବନ୍ଦ

ବାଲିଗୁଡା/୨୪/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତରେ ଯଜ୍ଞପାଇଁ ଗ୍ରାମର ଯୁବକ ସଂଘ ପକ୍ଷରୁ ସଂପୂର୍ଣ୍ଣ ରାମାୟଣ ନାଟକ ଚାଲିଥିବା ବେଳେ ନାଟକର ମନ୍ଥରା ଅଭିନୟ କରୁଥିବା କଳାକାର ବୈକୁଣ୍ଠ ସାହୁଙ୍କର ଦେହ ହଠାତ ମଞ୍ଚଉପରେ ଖରାପ ହେବାରୁ ଯୁବକ ସଂଘ ସଦସ୍ୟ ମାନେ ସଙ୍ଗେ ସଙ୍ଗେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ, ହେଲେ ସେଠାରେ କଳାକାର ବୈକୁଣ୍ଠଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଏହି କଳାକାରଙ୍କ ଅକାଳ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିବା ବେଳେ ନାଚକୁ ବନ୍ଦ କରାଯାଇଥିଲା l

Recent Comments

Leave Comments

Top