ଗୁଣୁପୁର/ରାୟଗଡା/୨୫/୩/୨୦୨୫/(ଆଧାର ମିଡ଼ିଆ)-ରାୟଗଡା ଜିଲ୍ଲା ଗୁଣୁପୁର ବନଖଣ୍ଡ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏବେ ମନୁଷ୍ୟକୃତ ଅଗ୍ନି ଦେଖିବାକୁ ମିଳିଛି । ପାହାଡି ଇଲାକାରେ ବସବାସ କରୁଥିବା ଆଦିବାସୀ ଓ ଚାଷ ଉପରେ ନିର୍ଭର କରୁଥିବା ଲୋକେ ମହୁଲ ଓ କାଜୁ ନିମନ୍ତେ ଜଙ୍ଗଲରେ ନିଆଁ ଲଗାଉଥିବା ସୂଚନା ମିଳିଛି । ଆଉ କେତେକ ଅଞ୍ଚଳରେ ପୋଡ଼ୁ ଚାଷପାଇଁ ମଧ୍ୟ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି । ତେବେ ଯେଉଁଠି ଯେଉଁଠି ଜଙ୍ଗଲ ଜଳୁଥିବା ଖବର ଆସୁଛି ଗୁଣୁପୁର ବନ ବିଭାଗର କର୍ମଚାରୀ ମାନେ ତତକ୍ଷଣାତ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି । ରେଞ୍ଜର ଗଙ୍ଗାଧର ମିଶ୍ରଙ୍କ ନେତୃତ୍ୱରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ପାତ୍ର,ବନରକ୍ଷୀ ରାମକୁମାର ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ବ୍ୟାପିବା ପୂର୍ବରୁ ଆୟତ୍ତ କରି ମୂଲ୍ୟବାନ ଜଙ୍ଗଲ ସମ୍ପଦକୁ ରକ୍ଷା କରୁଛନ୍ତି । ଶ୍ରୀ ମିଶ୍ର ଦାୟିତ୍ୱ ନେବାଠାରୁ ଜଙ୍ଗଲ ଓ ବଣ୍ୟପ୍ରାଣୀ ସୁରକ୍ଷା, ବୃକ୍ଷ ରୋପଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରକୃତି ସୁରକ୍ଷିତ ରହିଲେ ହିଁ ପ୍ରାକୃତିକ ଭାରସାମ୍ୟ ରକ୍ଷା ହୋଇ ପାରିବ ବୋଲି ରେଞ୍ଜର ଗଙ୍ଗାଧର ମିଶ୍ର ପ୍ରକାଶ କରିଛନ୍ତି ।
Recent Comments