କଣିହାଁ/୨୫/୩/୨୦୨୫/(ଆଧାର ମିଡ଼ିଆ)-କଣିହାଁ ବ୍ଲକର ସରକାରୀ ବିଦ୍ୟାଳୟମାନଙ୍କରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ୨୦୨୫ ପାଇଁ ଏକ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ କଣିହାଁ ପଞ୍ଚାୟତ ସମିତି ପବିତ୍ର ମୋହନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ଯକ୍ଷ ରାମକୃଷ୍ଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ପାଲଲହଡା ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, କଣିହାଁ ଗୋଷ୍ଠୀ ଅଧିକାରୀ ତ୍ରୀବିକ୍ରମ କୁମାର, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରିୟ ରଞ୍ଜନ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ମଙ୍ଗୁଳୁଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଓଡିଶା ସରକାରଙ୍କ ପକ୍ଷରୁ ଏହି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ଏପ୍ରିଲ ମାସ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ କାର୍ଯ୍ଯକ୍ରମକୁ ଶତ ପ୍ରତିଶତ ସଫଳ କରିବାକୁ ଆଜିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି ବୋଲି ବିଆରସିସି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲା ଶିଶୁ ବାଟିକା ଓ ୬ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ବିଇଓ ଆହ୍ୱାନ ଦେଇଥିଲେ। ସମସ୍ତ ସମ୍ମାନୀତ ଅତିଥି ମାନେ ଏହି କାର୍ଯ୍ୟକ୍ରମକୁ କଣିହାଁ ବ୍ଲକରେ ଶତପ୍ରତିଶତ ରୂପାୟନ କରି ଜିଲ୍ଲାରେ ଏକ ନମ୍ୱର ହେବାକୁ ଉପସ୍ଥିତ ସିଆର ସିସି, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ମାନଙ୍କୁ ନିବେଦନ କରିଥିଲେ। ପରେ ଗୋଷ୍ଠୀ ଶିକ୍ଷାଧିକାରୀ କଣିହାଁଙ୍କ ପକ୍ଷରୁ ଉପସ୍ଥିତ ଅଭିଭାବକ ଓ ନାମ ଲେଖାଇବାକୁ ଥିବା ଶିଶୁମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପ୍ରଧାନ ଓ ସୁଜନ କୁମାର ସାହୁ, ୧୭ ଜଣ ସିଆରସିସି, ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ଉପସ୍ଥିତ ରହି ସହଯୋଗ କରିଥିଲେ।
Recent Comments