ଖୋର୍ଦ୍ଧା/୨୬/୦୩/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ସିକ୍ଷାଧିନ ଦଳେଇପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଟିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏ.ବି.ଇ.ଓ -କମ୍ -ବି.ଆର.ସି.ସି. ତଥା ଶିକ୍ଷାବିତ୍ ସତ୍ୟବାନ୍ ଶ୍ରୀଚନ୍ଦନ ଯୋଗଦେଇଥିଲେ । ସେହିପରି ସମ୍ମାନୀତ ଅତିଥ୍ ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବାନନ୍ଦ ଦାସ , କୁରାଢ଼ମଲ୍ଲ ପଞ୍ଚାୟତର ସମିତି ସଭ୍ୟା ପୁଷ୍ପାଞ୍ଜଳୀ ଜଗଦେବ ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜୀବ ଚରଣ ମହାପାତ୍ର ଓ ସମାଜସେବୀ ଯୋଗେଶ୍ଵର ଜଗଦେବ ଯୋଗ ଦେଇଥିଲେ ।ଏଥିରେ ନୃସିଂହ ଚରଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ଅନ୍ତନିର୍ହିତ ଗୁଣାବଳୀର ବିକାଶ ନିମନ୍ତେ ବିଭିନ୍ନ ସ୍ତରରେ ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସାଟିଫିକେଟ୍ ,ଔପଢୋକନ୍ ,ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ମଞ୍ଜୁଲତା ପଣ୍ଡା, ମଧୁସ୍ମିତା ଦାସ, ପ୍ରିୟଦର୍ଶିନୀ ନନ୍ଦ ଓ ଗୀତାଞ୍ଜଳୀ ପରିଡ଼ା ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ବହୁ ଅଭିଭାବକମାନେ ଯୋଗଦେଇଥିଲେ । ଶେଷରେ କଦଳୀବାଡ଼ି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments