ନୂଆପଡା/୨୭/୦୩/୨୦୨୫/ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ବିଜୟ ସହିଶଙ୍କ ସ୍ତ୍ରୀ ଗାୟତ୍ରୀ ସିନାଙ୍କ ୫୧ ବର୍ଷରେ ରାୟପୁର ସ୍ଥିତ ଗୁଡଉଇଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଗାୟତ୍ରୀ ସିନା ଦୀର୍ଘ ପାଞ୍ଚମାସ ଚିକିତ୍ସିତ ହେଉଥିବା ବେଳେ ନଭେମ୍ବର ମାସରେ ବ୍ରେନ୍ ଷ୍ଟୋକରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ସେଭେନ ହିଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କ ହାର୍ଡଷ୍ଟ୍ରୋକ ହୋଇଥିଲା। ତାଙ୍କ ଓପନହାର୍ଟ ଅସ୍ତ୍ରପ୍ରଚାର କରିଥିଲେ। ଖଡିଆଳ ମିଶନ ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିଲେ। ଶେଷରେ ଗୁଡଉଇଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଶେଷ ସମୟ ରେ ତାଙ୍କ ସ୍ଵାମୀ, ତିନି ଝିଅ ଏବଂ ଗୋଟିଏ ପୁଅ ଉପସ୍ଥିତ ଥିଲେ। ପର୍ଥାବ ଶରୀର ଖଡିଆଳ ସ୍ଥିତ ଗାନ୍ଧୀନଗର ଠାରେ ତାଙ୍କ ଶେଷ କୃତ୍ୟ ଅନୁଷ୍ଠିତ ହୋଇଥିଲା ।
Recent Comments