logo
add image
ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ

ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର.୩୦/୦୩/୨୦୨୫/(ଆଧାର ମେଡିଆ)-ରାଜ୍ୟ ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କର ନିର୍ଦ୍ଦେଶ କ୍ରମେ  ଚଳିତ ବର୍ଷର  +୨ ପରୀକ୍ଷା ଖାତାର ମୂଲ୍ୟାଙ୍କନ ବର୍ଜନ କରି ଅନିର୍ଦିଷ୍ଟ କାଳ ପାଇଁ ଗାନ୍ଧୀ ମାର୍ଗରେ ଧାରଣା ଦେବାପାଇଁ  ସୁବର୍ଣ୍ଣପୁର ଜିଲ୍ଲା ସଂଘର ସଭାପତି ଉଦ୍ଧବ ପଧାନଙ୍କ ନେତୃତରେ ସୁବର୍ଣ୍ଣପୁରର ରାମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ତା ୨ତାରିଖ ରେ  ଭୁବନେଶ୍ଵରରେ ହେବାକୁ ଥିବା ମହାସମାବେଶରେ ୦୧-୦୬-୨୦୦୮ ରୁ ୦୧-୦୬-୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ନିମନ୍ତେ ସଂଘ ତରଫରୁ ଉକ୍ତ ସମାବେଶରେ ଅଧିକରୁ ଅଧିକ ସଂଖ୍ୟକ ଯୋଗଦାନ କରି ମହାସମାବେଶକୁ ସଫଳ କରିବା ପାଇଁ  ନିଷ୍ପତି ନିଆଯାଇଛି ।ଏଥି ପାଇଁ ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ ପ୍ରକାଶ କରିଛନ୍ତି।ଏହି ବୈଠକ ରେ ବିନିକା ଖଣ୍ଡ ସଂଯୋଜକ ବିଶ୍ୱନାଥ ମିଶ୍ର, ବୀରମହାରାଜପୁର ଖଣ୍ଡ ସଂଯୋଜିକା ସନ୍ତୋଷିନୀ ନାୟକ, ଅଧ୍ୟାପକ ବlଳମକୁନ୍ଦ ବାରିକ,ନିଶାନ୍ତ କୁମାର ମହାନ୍ତି,ସଞ୍ଜୟ ପଧାନ, ମାଧବ ପଧାନ,ପୁସ୍ତମ ମେହେର, ଝଲକ କୁମାର ମିଶ୍ର, ରୋହିତ ଧରୁଆ,ଶରତ କୁମାର କହଁର, ଭୁବନେଶ୍ୱର ସାହୁ, ମାନସ ନାୟକ, ଅଧ୍ୟାପିକା ସନ୍ଧ୍ୟାରାଣୀ ଗୁରୁ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Recent Comments

Leave Comments

Top