କଣିହାଁ/୩୧/୦୩/୨୦୨୫/(ଆଧାର ମେଡିଆ)-ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ୧୦ ଓ ୮ନଂ ଜୋନ ସ୍ତରୀୟ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ସମବାର ପବିତ୍ର ନଗର ସତସଙ୍ଘ କେନ୍ଦ୍ର ପରିସରରେ ଆୟୋଜିତ ବୈଠକରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲେ l ଏଥିରେ ଅତିଥି ଭାବେ ପାଳଲହଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକେଶ ପାଳ ଯୋଗ ଦେଇଥିଲେ l ପୂର୍ବତନ ବିଧାୟକ ଶ୍ରୀ ପାଳ ବକ୍ତବ୍ୟରେ ବିଜେପି ନେତୃତ୍ୱଧୀନ ରାଜ୍ୟ ସରକାର ଚାଷୀଙ୍କୁ ଶୋଷଣ କରି କାଟିନି ଛାଟିନ ବ୍ୟବସ୍ଥାର ସୀମା ଟପି ଯାଇଛି l ମିଲର ମାନଙ୍କ ସହିତ ଭିତିରିଆ ଫନ୍ଦିକରି ମୁନଫା ଉଠାଉଛି l ଭାଜପା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନାକୁ ନାମ ରଙ୍ଗ ପରିବର୍ତ୍ତନ କରିବାରେ ବ୍ୟସ୍ତ ରହୁଛି l
ଏଭଳି ବିଜେପିର ନେତୃତ୍ୱ ଧୀନ ରାଜ୍ୟ ସରକାର ଓ ସ୍ଥାନୀୟ ରାଜନେତା ମାନେ ଲୋକଙ୍କ ସମସ୍ୟା ବୁଝିବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ l ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକତ୍ତାକୁ ୱାର୍ଡ ଓ ପଂଚାୟତ ସ୍ତରରେ ନୂତନ କମିଟି ଗଠନ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ସଂଗଠନକୁ ସୁଦୃଢ କରିବାକୁ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୁବନେତା ଯୁଗଳ କିଶ୍ବର ସାହୁ,ସୁବାଷ ଚନ୍ଦ୍ର ମହାନ୍ତି,ଗଗନ ସାହୁ ,ପ୍ରଶାନ୍ତ ସାହୁ,ପର୍ଶୁରାମ ବିଶ୍ୱାଳ, ଝଶକେତନ ପ୍ରଧାନ, ଗିରିଶ ସାହୁ, ଦେବାଶିଷ ମହାନ୍ତି, କରୁଣାକର ପ୍ରଧାନ, ପୁରୁଷୋତ୍ତମ ସାହୁ, ଜୟନ୍ତ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ,ମାଧବ ସାମଲ, ବାବୁଲା ପ୍ରଧାନ ପ୍ରମୁଖ ବିଜେଡି ଦଳର ନିର୍ବାଚିତ ଜନପ୍ରତିନିଧି ଓ ଦଳୀୟ କାର୍ଯ୍ୟକତ୍ତା ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥଲେ l
Recent Comments