କଣିହାଁ/୨/୪/୨୦୨୫/(ଆଧାର ମେଡିଆ) ଅନୁଗୋଳ ଜିଲା କଣିହାଁ ବ୍ଲକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ କଣିହାଁ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ କଣିହାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ଯକ୍ଷ ରାମକୃଷ୍ଣ ପ୍ରଧାନ, ପାଲଲହଡା ବିଧାୟକଙ୍କ ପ୍ରତିନିଧି ନୃସିହ ଚରଣ ବରାଳ, ଜିଲା ପରିଷଦ ରଞ୍ଜନ କୁମାର ସାହୁ, ଅତିଥି ଭବେ ଯୋଗ ଦେଇ ପତାକା ଦେଖାଇ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ସଚେତନତା ରଥକୁ ଉଦଘାଟନ କରିଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ପ୍ରଧାନ,ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗୁଳୁ ଚରଣ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ ଓ ସୁଜନ କୁମାର ସାହୁ, ନିର୍ମଳ କୁମାର ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଆସିଥିବା ଶିଶୁମାନଙ୍କୁ ଖଡିଛୁଆଁଇବା ସହିତ ପାଠ୍ୟ ପୁସ୍ତକ ପ୍ରଦାନ କରିଥିଲେ। ଏହି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ବ୍ଲକର ସମସ୍ତ ବିଦ୍ୟାଳୟରେ ମହାଡମ୍ବରରେ ଆଜି ପାଳିତ ହୋଇଯାଇଛି। ଏହି ଖଡ଼ି ଛୁଆଁ କାର୍ଯ୍ୟକ୍ରମ ୨ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବ୍ଲକର ସମସ୍ତ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷଠାରୁ ଶିଶୁବାଟିକା ଶ୍ରେଣୀ ଖୋଲିବା ସହିତ ପ୍ରାଥମିକ ଶିକ୍ଷା ପାଇଁ ୫ରୁ ୬ ବର୍ଷ ବୟସର ପିଲାମାନେ ଶିଶୁବାଟିକା ଶ୍ରେଣୀରେ ନାମ ଲେଖାଉଛନ୍ତି। ସେପ୍ଟେମ୍ବର ୧ତାରିଖ ସୁଦ୍ଧା ଯେଉଁ ପିଲାଙ୍କର ବୟସ ୫ବର୍ଷରୁ ଉର୍ଦ୍ଧ୍ବ ସେମାନେ ଶିଶୁ ବାଟିକା ଓ ୬ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲା ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ଯୋଗ୍ୟ ବୟସ ଧାର୍ଯ୍ୟ କରାଯାଇଛି ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ କରିବା ସହିତ ଯେପରି କୌଣସି ପିଲା ନାମଲେଖାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ସମସ୍ତ ସିଆରସିସି ସମେତ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ସୂଚନା ଦେଇଛନ୍ତି। ସର୍ବସାଧାରଣ ଙ୍କ ସଚେତନତା ଉଦେଶ୍ୟରେ ବ୍ଲକ ପ୍ରଶାସନ ତରଫରୁ ପ୍ରତ୍ୟେକ ଗ୍ରାମ, ଗ୍ରାମପଞ୍ଚାୟତ ଓ ସଦର ମହକୁମା ରେ ଶିକ୍ଷା ସଚେତନତା ରଥ ପ୍ରଚାର ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି।
Recent Comments