କଣିହାଁ/୪/୪/୨୦୧୫/(ଆଧାର ମେଡିଆ)-ଅନୁଗୋଳ ଜିଲା କଣିହାଁ ଏନଟିପିସି ପକ୍ଷରୁ ମଙ୍ଗଳବାର ୯0ତମ ପବିତ୍ର ଓଡିଶା ଦିବସ ପାଳିତ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମ ସନ୍ଧ୍ୟାରେ ଏନଟିପିସି କର୍ମଚାରୀଙ୍କ ସହିତ ୟୁନିଅନ, ଆସୋସିଏସନ, ତନଭି ସଙ୍ଗମ ସମେତ ଅନେକ କଲ୍ୟାଣ କାରି ସଂସ୍ଥା ତଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ ଏକ ଏକାଗ୍ରତା ପଦଯାତ୍ରାର ଆୟୋଜନ ହୋଇଥିଲା ଓ ବିଭିର୍ଣ୍ଣ ସଂଗଠନର ସଦସ୍ୟ ଯୋଗ ଦେଇଥିଲେ, ଓଡ଼ିଶାର ସମୃଦ୍ଧ ପାରମ୍ପରିକ ସାଂସ୍କୃତିକ ଐତିହ୍ୟ ଓଡିଶି ନୃତ୍ୟ, ଛଉ ନୃତ୍ୟ, ସମ୍ୱଲପୁରୀ ନୃତ୍ୟ ସହିତ ଅନ୍ୟାନୀୟ ଓଡିଶାର ପାରମ୍ପାରିକ ନୃତ୍ୟ ପରିବେଷଣ ହୋଇଥିଲା,କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି,ଏନଟିପିସିର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ ଅଶୋକ କୁମାର ସେହଗାଲ ଉପସ୍ଥିତ ରହି ସ୍ଥାନୀୟ ତଥା ଜାତୀୟ ସ୍ତରରେ ଏହାର ମହତ୍ୱକୁ ସ୍ୱକାର କରି ଓଡ଼ିଶାର ଆକର୍ଷଣୀୟ ସଂସ୍କୃତିକୁ ପାଳନକାରି ଗର୍ବ ଅନୁଭବ କରେ ବୋଲି ପ୍ରକାଶ କରିଥିଲେ, l
ଏହା ମଧ୍ୟରେ କେବଳ ଓଡିଶା ନୁହେଁ ସମଗ୍ର ଭାରତ ବର୍ଷ ପାଇଁ ନିର୍ଭରଯୋଗ୍ୟତ ତଥା ନିରନ୍ତର ଶକ୍ତି ଯୋଗାଇବା ପାଇଁ ଏନଟିପିସିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ,ଏନଟିପିସି ତାଳଚେତ କଣିହାଁ ଠାରେ କମ୍ପାନୀର ବିଦ୍ୟୁତ ଉତ୍ପାଦନ ବାହାରେ ମଧ୍ୟ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ସବୁଜ ବାଳୟ ସହିତ ଉଜ୍ୱଳ ସ୍ଥାୟୀ ଭବିଷ୍ୟତରେ ସହଯୋଗ କରିବାକୁ ପ୍ରତିବାଦ୍ଧତା ଏବଂ ଓଡିଶାର ଐତିହାସିକ ମହତ୍ୱ ଉପରେ ଉତ୍ସାହ ସହିତ ଏକ ଅନ୍ତର୍ନିହିତ ବକ୍ତୃତା ପ୍ରଦାନ କରିଥିଲେ ଉତ୍କକ ବିଶ୍ଵବିଦ୍ୟା ଳୟର ପ୍ରଫେସର ଅମରେନ୍ଦ୍ର ମିଶ୍ର,ସମେତ ଏନଟିପିସିର ଅଧିକାରୀ ଏଜିଏମ, ଇଏମଡି ଆଣ୍ଡ , ଏମଟିପି, ତଥା ଓଡିଶା ଦିବସ ଉତ୍ସବ ସମିତିର ସଭାପତି ଶ୍ରୀ ଏମ ପାଣିଗ୍ରାହୀ,ଏହି କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Recent Comments