ବାଲିଗୁଡା/କନ୍ଧମାଳ/୦୫/୦୪/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,ବାଲିଗୁଡା ଥାନା ଅର୍ନ୍ତଗତ ସିତାପଡି ଠାରେ ଗୋମାଂସ କଟାଯାଉଥିବା ଖବର ବାଲିଗୁଡା ବଜରଙ୍ଗଦଳ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସେଠିକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ଗୋମାଂସ କଟାଯାଉଥିବା ଦେଖିବା ପରେ ସଙ୍ଗେସଙ୍ଗେ ବାଲିଗୁଡା ଥାନାକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋ-ମାଂସ କାଟୁଥିବା ତିନି ଜଣଙ୍କୁ ଧରିବାକୁ ଚେଷ୍ଟାକଲା ସମୟରେ ଜଣେ ଚମ୍ପଟ ମାରିଥିଲା l ସେଠାରୁ ଗୋମାଂସକୁ ଜବତ କରିବା ସହ ଦୁଇଜଣକୁ ଘଟଣା ସ୍ଥଳରୁ ହିଁ ଗିରଫ କରିଥିଲେ l ଗିରଫ ଦୁଇଜଣ ହେଲେ କାଳିଆ ନାୟକ ଓ ନୋଏଲ ନାୟକ l କେଶନଂ. ୧୦୫/୨୫ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଆଇଆଇସି ସମ୍ବିତ ସ୍ୱାଇଁ ସୁଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,ବର୍ତ୍ତମାନ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଦଣ୍ଡନାଚ ଆରମ୍ଭ ହୋଇଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ବେଳେ ଏହିଭଳି ଗୋମାଂସ କାଟିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଛି ।
Recent Comments