କଣିହାଁ/୦୬/୦୪/୨୦୨୫/(ଆଧାର ମେଡିଆ)-କଣିହାଁ ମଣ୍ଡଳ ପକ୍ଷରୁ କଣିହାଁ ପଂଚାୟତ ରାଜୀବ ଭବନ ପରିସରରେ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ରବିବାର ପୂର୍ବାହ୍ନ ଆୟୋଜିତ କାର୍ଯ୍ୟକ୍ରମରେ କଣିହାଁ ମଣ୍ଡଳ ସଭାପତି ସୁଶାନ୍ତ କୁମାର ସାମଲ ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଭାଜପା ଦଳର ପ୍ରତିଷ୍ଠାତା ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ଲାଳାକୃଷ ଆଡାଭାନୀ, ମୁରଲୀ ମନୋହର ଯୋଶୀଙ୍କ ଦୂରଦର୍ଶି ନେତାଙ୍କ ଗଠନ ମୂଳକ ଚିନ୍ତାଧାରା ଓ ଏହିଭଳି ମହାନ ବ୍ୟକ୍ତିତ୍ୱଙ୍କ ନିଷ୍ଠାପର ତ୍ୟାଗକୁ ମନେ ପକାଇ ବିଜେପି ଦୀର୍ଘ ୪୫ ବର୍ଷର ଯାତ୍ରାକୁ ସ୍ମରଣ କରାଯାଇ ,ଆଲୋଚନା କରିଥିଲେ l
ଦଳର ପ୍ରତ୍ୟେକ କାର୍ଯ୍ୟକତ୍ତାଙ୍କ ନିଷ୍ଠା ତ୍ୟାଗ ବଳରେ ଦେଶ ଓ ରାଜ୍ୟରେ ସହିତ ବିଜେପି ଆଜି ବିଶ୍ୱର ସର୍ବ ବୃହତ ଦଳଭାବେ ଉଭାହୋଇଛି,ପଲିରୁ,ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ନେତା ଓ କାର୍ଯ୍ୟକର୍ତାଙ୍କ ମନର ଦୃଢ଼ କଠିନ ପରିଶ୍ରରେ ବିଜେପି ଦଳ ଏକ ବୃହତ ଦଳଭାବେ ପରିଚୟ ସୃଷ୍ଟି କାରିଛି ବୋଲି ସଭାପତି ଶ୍ରୀ ସାମଲ ପ୍ରକାଶ କରିଥିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ଗଠନ ଚିନ୍ତାଧାରାରେ ଦଳୀୟ କର୍ମୀଙ୍କ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଭ୍ୟ ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ପୂର୍ବତନ ସରପଞ୍ଚ ଲୋକନାଥ ସାହୁ ଯୁବ ନେତା ଦିଲେଶ୍ଵର ବେହେରା, ସିପୁନ ବେହେରା, ମକୁନ୍ଦ ସାହୁ, କ୍ରିଷ୍ଣା ଗଡ଼ନାୟକ, ବିଷିକେଶନ ମହାନ୍ତି, ଶିବୁ ପଟ୍ଟନାୟକ, ରମେଶ ସାମଲ, ଅଭୟ ସାହୁ, ବିଚିତ୍ର ନନ୍ଦ ଭୂତିଆ, ଅଧର ସାହୁ, ଯୁଗଳ ସାହୁ,ରାଜେନ୍ଦ୍ର ସାହୁ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
Recent Comments