logo
add image
କୌଡିଆମୁଣ୍ଡା ସାପ୍ତାହିକ ବଜାରରୁ ବାଇକ ଚୋରି

କୌଡିଆମୁଣ୍ଡା ସାପ୍ତାହିକ ବଜାରରୁ ବାଇକ ଚୋରି

ବିନିକା/୯/୪/୨୦୨୫/(ଆଧାର ମିଡ଼ିଆ)-ବିନିକା ଥାନା ଅନ୍ତର୍ଗତ କୌଡ଼ିଆମୁଣ୍ଡା ସାପ୍ତାହିକ ବଜାରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଶଙ୍କରା ଗ୍ରାମର ସୁଧାଂଶୁ ପାଣ୍ଡେ ତାଙ୍କ ବାଇକ୍ ଓଡି ୩୧-ଏଫ ୭୬୯୩ ଯୋଗେ ପୂର୍ବାହ୍ନ ସମୟରେ କୌଡିଆମୁଣ୍ଡା ସାପ୍ତାହିକ ବଜାରକୁ ଯାଇଥିଲେ l ସେଠାରେ ଥିବା ବରଗଛ ତଳେ ବାଇକରଖି ଲକକରି ଦେଇ ବଜାର ଭିତରକୁ ସଉଦା କ୍ରୟ କରିବାକୁ ଯାଇଥିଲେ l ବଜାର ସାରି ଫେରିଲା ପରେ ବାଇକଟି ନଥିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ l ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲାପରେ ମଧ୍ୟ ବାଇକ୍ ର କୌଣସି ସନ୍ଧାନ ପାଇନଥିଲେ l ଏନେଇ ସୁଧାଂଶୁ ସନ୍ଧ୍ୟା ସମୟରେ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିଥିବା ଜଣା ପଡିଛି। ସେହିପରି ଗତ ମାର୍ଚ୍ଚ ୧୭ତାରିଖ ଦିନ କୌଡିଆମୁଣ୍ଡା ଗ୍ରାମର ସୁବଳ ଘିବିଲାଙ୍କ ପୁଅ ଏବଂ ସ୍ତ୍ରୀ ଏକ ବାଇକ୍ ଯୋଗେ ତରଭୁଜ ବାରିକୁ ଆସିଥିଲେ l ବାଇକ୍ ଟି ରଖିଦେଇ ବାରି ଭିତରକୁ ଚାଲିଯାଇଥିଲେ l କିଛି ସମୟ ପରେ ଫେରି ଦେଖିଲା ପରେ ବାଇକ୍ ଟି ନଥିବାରୁ ଚୋରି ହୋଇଯାଇଥିବା ଜାଣିଥିଲେ l ଏନେଇ ସେ ବିନୀକ ଥାନାରେ ଅଭିଯୋଗ କରିଥିଲେ l ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ଚୋରି ବାଇକ୍ ଠାବ କରିପାରିନଥିବା ବେଳେ ପୁଣି ଆଜି ବାଇକ୍ ଚୋରି ହୋଇଥିବାରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନଉଠୁଛି l ଅଞ୍ଚଳରେ ଚୋର ମାନଙ୍କ ଉପରେ ପୁଲିସର ଲଗାମ ଲଗାଇବାକୁ ଦାବିହଉଛି,

Recent Comments

Leave Comments

Top