logo
add image
ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର

ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର

ବୌଦ୍ଧ/୧୦/୦୪/୨୦୨୫/(ଆଧାର ମିଡ଼ିଆ)- ବୌଦ୍ଧ ଜିଲ୍ଲାର ସର୍ବବୃହତ ଗ୍ରାମ ସରସରା ସ୍ଥିତ ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଆଜି ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି l ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡ଼ା ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଟେମ୍ ଲାଲ୍ ଦୁବେ ଯୋଗଦେଇ କ୍ରୀଡ଼ା ମଶାଲ ପ୍ରଜ୍ଜ୍ୱଳନ ଓ କ୍ରୀଡ଼ା ଧ୍ୱଜାରୋହଣ କରିଥଲେ ଓ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ
ଏହାପରେ ଖେଳ ପଡିଆରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l

ଗ୍ରାମର ଆରାଧ୍ୟ ଦେବ ଶ୍ରୀ ବାବା ବୈଦ୍ୟନାଥଙ୍କୁ ଧୂପ, ଦୀପ ଓ ପୁଷ୍ପ ଅର୍ପଣ ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଶାରୀରିକ ଶିକ୍ଷା ପରିଦର୍ଶକ ଶ୍ରୀ ଆନନ୍ଦ କୁମାର ବେହେରା, ବିଦ୍ୟାଳୟର ପଞ୍ଚସଖା ସେତୁ ଓ ପରିଚlଳନl  କମିଟିର ସଭାପତି, ସରସରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ହରି ନାଏକ ପ୍ରମୁଖ ଯୋଗଦେଇଥିଲେ l
         ଏହି ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୁବେ କ୍ରୀଡାର ମହତ୍ତ୍ୱ ବିଷୟରେ ଆଲୋଚନା କରିବା ସହିତ ଏକ ଉପଯୁକ୍ତ କ୍ରୀଡାବିତ୍ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଭୁଦତ୍ତ ବେହେରା ପରିଚାଳନା କରିଥଲେ lପ୍ରଧାନଶିକ୍ଷୟିତ୍ରୀ ପଦ୍ମଜl ପତି ସଭାପତିତ୍ବ କରିଥିଲେ ଓ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l ସଭlପରେ ଛାତ୍ର ଛାତ୍ରୀ ମାନଙ୍କ ଜୁନିଅର୍ ଓ ସିନିୟର୍ ୧୦୦ମିଟର ଦୌଡ଼ ପ୍ରତିଯୋଗିତାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୁବେ କ୍ଲାପିଂକରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଆଲୁମନି କମିଟି,ପରିଚାଳନା, କମିଟି, ଛାତ୍ର ଛାତ୍ରୀ, ଅଭିଭାବକ,ଅବିଭାବିକlଙ୍କ  ସହିତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l

Recent Comments

Leave Comments

Top