logo
add image
ଶିକାରୀ ଗିରଫ ୨ଟି ଦେଶିବୋମା ଜବତ .

ଶିକାରୀ ଗିରଫ ୨ଟି ଦେଶିବୋମା ଜବତ .

କଣିହାଁ/୧୦/୦୪/୨୦୨୫/(ଆଧାର ମିଡ଼ିଆ)-ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ଗ୍ରାମ ନିକଟସ୍ଥ ଗୁଡ଼ିଆ ବନ୍ଦଘାଇ ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ୨ଟି ଦେଶିବୋମା ବିଛା ଯାଇଥିଲା l ଏହି ଦେଶିବୋମା ଜଙ୍ଗଲ ଜନ୍ତୁ ଶିକାର କରିବା ପାଇଁ ଯୋଜନାବଧ କରାଯାଇଛି l ବୋମା ବିଛା ଯାଇଥିବା ନେଇ କଣିହାଁ ବନାଞ୍ଚଳ ଅଧିକାରୀ ନୀଳାନ୍ଦ୍ର ନାଥ ସାହୁ ସୂଚନା ପାଇଥିଲେ l କଣିହାଁ ବନାଞ୍ଚଳ ତରଫରୁ ସ୍ୱତନ୍ତ୍ର ଟିମରେ ବନପାଳ ଦୀପକ କୁମାର ସେଠି, ବନରକ୍ଷକ ଦୀପକ କୁମାର ସାହୁ, ହାତୀ ଜଗୁଆଳି ଧ୍ରୁବ ସାହୁ, ପବିତ୍ର ପ୍ରଧାନ, ରଞ୍ଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ l ଏହିଟିମ ଶିକାରୀଙ୍କୁ ଧରିବାପାଇଁ ନିଛାଟିଆ ସ୍ଥାନରେ ଛପି ବସିଥିଲେ l ସକାଳୁ ଶିକାରୀ ଘଟଣl ସ୍ଥଳରେ ପଂହଁଚି ବନ୍ୟଜନ୍ତୁ ଧରିବାକୁ ଆସିଥିଲେ l ଏହି ସମୟରେ ଜନ୍ତୁ ଶିକାରୀକୁ ଧରି ପକାଇଲେ ଘଟନସ୍ଥଳରୁ ଦୁଇଟି ଦେଶିବୋମା ଗୋଟିଏ ଟାଙ୍ଗିଆ ଜବତ କରିଥିଲେ l ଶିକାରୀ ଜଣକ ହେଲେ ବଡତ୍ରିବିଡା ପଂଚାୟତର ଯାମୁଯୋଡି ଗ୍ରାମର ଲିପୁ ଗଡ଼ନାୟକ (୩୪) ବୋଲି ଜଣାପଡୁଛି l କଣିହାଁ ବନାଞ୍ଚଳ ଅଧିକାରୀ ଅଭିଯୁକ୍ତ ଲିପୁକୁ କେସ ନଂ ଓଆର୧କେ /୨୦୨୫ ରେ ମାମଲା ରୁଜୁକରି ମଙ୍ଗଳବାର ଅପରାହ୍ନରେ ଗିରଫକରି କୋଟ ଚାଲାଣ କରାଯାଇଛି l

Recent Comments

Leave Comments

Top