ବାଲିଗୁଡା/୧୧/୪/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)- ଓଡ଼ିଆ ପକ୍ଷପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡାରେ ଜ଼ିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ପଦ୍ମଶ୍ରୀ ଶ୍ରୀମତୀ ପୂର୍ଣ୍ଣମାସି ଯାନୀ, ଖଜୁରୀପଡା ବ୍ଳକ ଅଧକ୍ଷl ଅନିମା କହଁର,ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି, ଜ଼ିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଉର୍ବଶୀ ଡିଗାଲଙ୍କ ସମେତ ବ୍ଳକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଦେଇ ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ଏହି ଅବସରରେ ଜ଼ିଲ୍ଲାର ବହୁ ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା l ଏହି ସମ୍ମାନିତ ମଧ୍ୟରେ ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସଂlସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ରର ସମ୍ପାଦକ, ନାଟ୍ୟକାର, ତଥା ଅଭିନେତା ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ନିଜର କଳା ନୈପୁଣ ପାଇଁ ଅତିଥି ଗଣ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରିଥିଲେ l
Recent Comments