logo
add image
ପିପିଲିରେ ଫୁଟିଲା ବୋମା ୧ ଗୁରୁତର ୩ ଜଣ ଆହତ

ପିପିଲିରେ ଫୁଟିଲା ବୋମା ୧ ଗୁରୁତର ୩ ଜଣ ଆହତ

ପିପିଲି/୧୧/୪/୨୦୨୫/( ଆଧାର ମିଡ଼ିଆ ) ସାମାନ୍ୟ ବଚସାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ଅନୁମାନ କରାଯାଇଛି. ଏନେଇ ପିପିଲି ଥାନାରେ ଅଭିଯୋଗ ହେବାରେ ପିପିଲି ପୋଲିସ ମାମଲା ଆଗତ କରିଛି.ପୁରୀଜିଲ୍ଲା  ପିପିଲି ଜମାଲପୁରରେ ବିଳମ୍ବିତ ରାତ୍ରିରେ ବୋମାମାଡ଼ ହୋଇ ବୋମା ମାଡ଼ରେ ଜଣେ ଅତି ଗୁରୁତର ହେବାସହ ହାତ ଅଧିକାଂଶ ଶରୀର କ୍ଷତ ବିକ୍ଷତ ହୋଇ ନଷ୍ଟ ହେଇଜିବା ସହ ୩ଜଣ ଆହତ ହୋଇଛନ୍ତି.
ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ଏଭଳି ବୋମାମାଡ଼ ଘଟଣା ସ୍ଥଳରେ ପିପିଲି ପୋଲିସର ଅଧିକ ତଦନ୍ତ ଓ ଅନୁଧ୍ୟାନ ଜାରିରହି ଅଛି ! ଏମିତି ଗାଁରେ ପଡ଼ିରହିଛି ଅଫୁଟା ବୋମା ସହିତ କଟି ଯାଇଥିବା ଆଙ୍ଗୁଠି! ଏସବୁ ଦେଖି ଗାଁଲୋକ ଭୟଭିତ.ଏପଟେ ଗୁରୁତରଙ୍କୁ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ଜାରି.ସୂଚନା ଅନୁସାରେ ଗାଁରେ ହେଉଥିଲା ଯାତ୍ରା ଆରମ୍ଭ ପୂର୍ବରୁ କାଳ ବୈଶାଖୀ ବର୍ଷା କାରଣରୁ ବନ୍ଦ କରାଗଲା ଯାତ୍ରା .ବିଳମ୍ବିତ ରାତ୍ରିରେ ଗାଁର ଜୈନିକ ଯୁବକଙ୍କ ସହ କିଛିସାଙ୍ଗ ସାଥିଙ୍କ ଭିତରେ ହୋଇଥିଲା ବଚସା , ଏହି କାରଣରୁ ବୋମା ଫୁଟିଥିବା ପୋଲିସ ଅନୁମାନ କରୁଛି! ଦୀର୍ଘଦିନ ଧରି ପିପିଲି ଅଞ୍ଚଳରେ ବୋମା ମାଡ଼ ବନ୍ଦଥିବା ବେଳେ ଏହି ବୋମା ମାଡକୁ ନେଇ ଚାଲିଛି ବିଭିନ୍ନ କଳ୍ପନା ଜଳ୍ପନା. ଏହି ବୋମା ମାଡ଼ ହେବା ପରେ ଏକ ତଦନ୍ତ କାରି ଟିମ ପହଂଚି ଖୋଳ ତାଡ଼ କରୁ ଥିବା ବେଳେ ପିପିଲି ପୋଲିସ ଜଣକୁ ଗିରଫ କରିଥିବା ସୂଚନା ମିଳିଛି

Recent Comments

Leave Comments

Top